ହିନ୍ଦୋଳ – (ବିନା ସାହୁ ) ହିନ୍ଦୋଳ ବ୍ଲକ ଖଜୁରିଆକଟା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ଗୌତମ ବିହାର) ର ୨୮ ତମ ବାର୍ଷିକ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁକୁମାର ବିଶ୍ଵାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁନାଗରିକ ହେବା ସହ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ l ଛୋଟ ପିଲାଙ୍କୁ ମାତ୍ରାଧିକ ମୋବାଇଲ ବ୍ୟବହାର ଠାରୁ ଦୂରରେ ରଖିବା ସହ , ସେମାନଙ୍କ ଶାରିରୀକ , ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ ଅଭିଭାବକ ମାନେ ଗୁରୁତ୍ଵ ଦେବା ସହ ସଂସ୍କାର ସମ୍ପନ୍ନ କରି ଗଢି ତୋଳିବାକୁ ମୁଖ୍ୟବକ୍ତା ତଥା ସହମନ୍ତ୍ରୀ, ବିଦ୍ୟାଭାରତୀ ପୂର୍ବକ୍ଷେତ୍ର ହେମନ୍ତ କୁମାର ପାଣିଗ୍ରାହୀ ଅଭିଭାଷଣ ପ୍ରଦାନ କରିଥିଲେ l ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତ୍ୟକ ଛାତ୍ର ଛାତ୍ରୀ ନିଜର ଲକ୍ଷ୍ୟକୁ ସାଧନ କରି ପ୍ରତ୍ୟକ ଜଣେ ଜଣେ ଭଲ ମଣିଷ ହୋଇ ବିଦ୍ୟାଳୟକୁ ଗୌରବାନ୍ୱିତ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଶଶୀଭୂଷଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ପ୍ରଦିପ କୁମାର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା କୁକୁଟା ଗ୍ରାମ ନିବାସୀ ବିରାଜ ସାହୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା l ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସମସ୍ତ ପରିଚାଳନା କମିଟି ସଦସ୍ୟ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

More Stories
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |
ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଚମ୍ପିୟନ, ରୋମାଞ୍ଚକର ଫାଇନାଲରେ |