January 27, 2026

Now Odisha

Now Odisha

ବିଦ୍ୟୁତ ବିଭାଗର କଠୋର ପଦକ୍ଷେପରେ ଜଳ ସଙ୍କଟ, ଦୁଇ ଦିନ ଜଳ ଯୋଗାଣ ବନ୍ଦ, ଧୁଷୁରୀରେ ରାସ୍ତାରୋକ

Spread the love

ଧୁଷୁରୀ ପଂଚାୟତ ରେ ଦୀର୍ଘ ବର୍ଷ ହେବ ବିଦ୍ୟୁତ ବିଲ ବକେୟା ଓ ଅସୁରାଳି ବିଦ୍ୟୁତ ବିଭାଗର ଅଚାନକ ଲାଇନ କାଟିବା ପଦକ୍ଷେପରୁ ଧୁଷୁରୀ ପଂଚାୟତରେ ଦେଖାଦେଇଛି ଗଭୀର ପାଣି ସଂକଟ। ଗତ ୨ ଦିନ ଧରି ପାଣି ନମିଳିବାରୁ ହନ୍ତସନ୍ତ ହୋଇ ପଡ଼ିଛନ୍ତି ଶତାଧିକ ଲୋକ। ସୂଚନା ଅନୁସାରେ, ଧୁଷୁରୀ ବଜାର ନିକଟରେ ଆରଡବ୍ଲ୍ୟୁଏସଏସ ପକ୍ଷରୁ ଚାଲିଥିବା ପାଣି ଟାଙ୍କିର ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ଗତ ଶନିବାରର କାଟିଦିଆଯାଇଥିବାରୁ ସମଗ୍ର ଅଂଚଳରେ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା।

ଏହାକୁ ପ୍ରତିବାଦ କରି ଆଜି ସନ୍ଧ୍ୟାରେ କୋଠାର-ଆରଡ଼ି ମୁଖ୍ୟ ରାସ୍ତାରେ ଧୁଷୁରୀ ବଜାରରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଦୀର୍ଘ ସମୟ ଧରି ଯାନବାହନ ଜାମ ଲାଗି ରହିଥିଲା ଓ ସାଧାରଣ ଲୋକେ ମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ଥାନୀୟ ସମାଜସେବୀ ସନ୍ଦୀପ ସ୍ୱାଇଁ ଜିଲ୍ଲାପାଳଙ୍କ ସହ ଯୋଗା ଯୋଗ କରିବା ପରେ ପ୍ରଶାସନ ହସ୍ତକ୍ଷେପ କରିଥିଲା। ତୁରନ୍ତ ପଦକ୍ଷେପ ସ୍ୱରୂପ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା।

ଅନ୍ୟପଟେ ଅସୁରାଳି ବିଦ୍ୟୁତ ବିଭାଗର ଏସଡିଓ ଗଦାଧର ବିନ୍ଧାଣି କହିବାନୁସାରେ ସମସ୍ତ ଆରଡବ୍ଲ୍ୟୁଏସଏସ ଗୁଡିକ ଲକ୍ଷ ଲକ୍ଷ ଟଙ୍କା ବକେୟା ରଖିଛନ୍ତି। ସେଗୁଡିକ ସ୍ଥାନୀୟ ସରପଂଚ ଭରିବାନେଇ ନୀୟମ ରହିଛି। ଧୁଷୁରୀ ସରପଂଚ ଅନ୍ତର୍ଯ୍ୟାମୀ ପତି ଙ୍କୁ ବାରମ୍ବାର ଲାଇନି କାଟିବା ପାଇଁ ନୋଟିସ କରାଯାଇଥିଲା। ଦୀର୍ଘ ଦିନ ଧରି ପାଖାପାଖି ୮୦ ହଜାର ବିଦ୍ୟୁତ ବିଲ ବକେୟା ପଡ଼ିଛି ଏଣୁ ସେଠାରେ ଲାଗିଥିବା ସ୍ମାର୍ଟ ମିଟର ରେ ବାଧ୍ୟ ହୋଇ ଲାଇନ କାଟି ଦିଆଯାଇଥିଲା।

error: Content is protected !!