ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ର ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବ୍ୟସ୍ଥା ଘେରରେ। ଡାକ୍ତରମାନେ ହସ୍ପିଟାଲକୁ ଠିକ୍ ସମୟରେ ଆସୁନଥିବା ବେଳେ ଅଧିକାଂଶ ଦିନ ବର୍ହିଃବିଭାଗ ୧୧.୩୦ ମଧ୍ୟରେ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି। ଫଳରେ ଚିକିସ୍ୱିତ ହେବାକୁ ଆସୁଥିବା ରୋଗୀମାନେ ନିରାଶ ହୋଇ ଘରକୁ ଫେରୁଥିବା ବେଳେ କିଛି ରୋଗୀ ଅଧିକ ଖର୍ଚ୍ଚାନ୍ତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଚିକିସ୍ୟାଳୟ କିମ୍ବା ବେସରାକାରୀ କ୍ଲିନିକ୍ରେ ବସୁଥିବା ଡାକ୍ତରଙ୍କ ପାଖରେ ଚିକିସ୍ୱିତ ହୋଇ ଘରକୁ ଫେରୁଥିବା ସୂଚନା ମିଳୁଛି।
ଏହା ବ୍ୟତିତ ରୋଗୀଙ୍କ ୱାର୍ଡରେ ରୋଗୀ ମାନଙ୍କ ବେଡ ପଡିଛି ତାହା ଅପରିଷ୍କାର ଛିଡାଫଟା ମଇଳା ଏବଂ ବେଡ୍ରେ ଦିଆଯାଉଥିବା ବେଡସିଟ ମଧ୍ୟ ଦିଆଯାଉ ନାହିଁ। ଫଳରେ ରୋଗୀ ମାନେ ଅସ୍ୱାସ୍ଥକର ପରିବେଶରେ ରହୁଛନ୍ତି। ଏହାଛଡା ବିଦ୍ୟୁତ୍ କଟିଗଲେ ଜେନେରେଟର ମଧ୍ୟ ଚାଲୁକରୁନଥିବା ଜଣା ପଡିଛି। ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବହୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ଏହାବ୍ୟତିତ ଡାକ୍ତରଖାନାର ପାଇଖାନା ମଧ୍ୟ ଭଲଭାବେ ପରିଷ୍କାର ପରିଚ୍ଛନ୍ନ ରଖୁନଥିବାରୁ ଦୁର୍ଗନ୍ଧ ବାହାରୁଥିବାର ଅଭିଯୋଗ ହେଉଛି। ଏପଟେ ରୋଗୀମାନଙ୍କୁ ଦେଖାଶୁଣା କରିବାକୁ ଯାଇଥିବା ପରିବାରର ଲୋକେ ମଧ୍ୟ ସେହି ଅସ୍ୱାସ୍ଥକର ପରିବେଶରେ ରହି ନିଜେ ମଧ୍ୟ ରୋଗୀ ପାଲଟିଯାଉଥିବା ଦେଖାଦେଇଥାଏ।

More Stories
ବରିଷ୍ଟ ଆଇନଜୀବୀଙ୍କୁ ସମ୍ନାନିତ କଲେ ଅତିରିକ୍ତ ଜିଲ୍ଲା ଜଜ |
ଦିଲ୍ଲୀର ୫ ଷ୍ଟାର ହୋଟେଲରେ ଫୁଡ୍ ପଏଜନିଂର ସନ୍ଦେହ , ମହିଳାଙ୍କ ଅଭିଯୋଗରେ ଏଫଆଇଆର |
ବଲିଉଡ ଫିଲ୍ମ ଧୁରନ୍ଧରରେ ନଜର ଆସିଥିବା ନଦୀମ ଖାନଙ୍କୁ ଗିରଫ |