January 27, 2026

Now Odisha

Now Odisha

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ |

Spread the love

ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରି ନକଲି ପୋଲିସ ଗିରଫ । ଖଣ୍ଡଗିରିରୁ ନକଲି ସବ୍ ଇନସ୍ପେକ୍ଟର ଏବଂ ନକଲି କନଷ୍ଟେବଳ ଗିରଫ ହୋଇଛନ୍ତି । ଖଣ୍ଡଗିରି ଓ ଉଦୟଗିରି ନିକଟରେ ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରିବା ସହ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ଓ ଭିଡ଼ିଓ କରି ଟଙ୍କା ମାଗୁଥିଲେ । ନିଜକୁ ସାଧା ପୋଷାକଧାରୀ ପୋଲିସ କହି ମୋଟା ଅଙ୍କର ଟଙ୍କା ଆଦାୟ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ କେରଳର ଜୋଶେଫ ଏମ.ଇ ଏବଂ ଭୁବନେଶ୍ୱର ଜାଗମରା ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହ ଦୁଇଟି ମୋବାଇଲ୍ ଜବତ ହୋଇଛି ।

error: Content is protected !!