ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରି ନକଲି ପୋଲିସ ଗିରଫ । ଖଣ୍ଡଗିରିରୁ ନକଲି ସବ୍ ଇନସ୍ପେକ୍ଟର ଏବଂ ନକଲି କନଷ୍ଟେବଳ ଗିରଫ ହୋଇଛନ୍ତି । ଖଣ୍ଡଗିରି ଓ ଉଦୟଗିରି ନିକଟରେ ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରିବା ସହ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ଓ ଭିଡ଼ିଓ କରି ଟଙ୍କା ମାଗୁଥିଲେ । ନିଜକୁ ସାଧା ପୋଷାକଧାରୀ ପୋଲିସ କହି ମୋଟା ଅଙ୍କର ଟଙ୍କା ଆଦାୟ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ଗିରଫ ଅଭିଯୁକ୍ତ ହେଲେ କେରଳର ଜୋଶେଫ ଏମ.ଇ ଏବଂ ଭୁବନେଶ୍ୱର ଜାଗମରା ଅଞ୍ଚଳର ଜିତେନ୍ଦ୍ର ସାମନ୍ତରାୟ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହ ଦୁଇଟି ମୋବାଇଲ୍ ଜବତ ହୋଇଛି ।

More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,