ଭୁବନେଶ୍ୱର : ଧରାପଡ଼ିଲା ଚାରସୋ ବିସ୍ (୪୨୦) ଲେଡି । ୧୫ଲକ୍ଷ ଠକେଇ କରି ଫେରାର ଥିଲା । ଭୁବନେଶ୍ୱର ଆସିଥିବା ବେଳେ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ । ବାଣପୁରର ତନୁଜା ରାଣୀ ପାତ୍ରକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଦୁଇ ବର୍ଷ ପୂର୍ବରୁ ବରଗଡ଼ ବ୍ରିଟ କଲୋନୀ ଅଞ୍ଚଳରେ ଏକ ମହାଲକ୍ଷ୍ମୀ ମହିଳା ଗୋଷ୍ଠୀରୁ ୧୫ ଲକ୍ଷ ଟଙ୍କା ନେଇ ଧରାଛୁଆଁ ଦେଉନଥିଲା ।ଏନେଇ ବଡଗଡ ଥାନାରେ ଠକେଇ ଅଭିଯୋଗ ହୋଇଥିଲା । ଠକ ମହିଳାଙ୍କ ନାଁରେ ବାଣପୁର ଥାନା ଓ ବଡଗଡ ଥାନାରେ ଦୁଇଟି ମାମଲା ହୋଇଥିଲା । ଏକାଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ବେଳେ ତନୁଜାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ ।

More Stories
ପିକ୍ଅପ୍ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ
ନକଲି ଫେସ୍ବୁକ୍ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ
ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ