ଭୁବନେଶ୍ୱର : ଚୋରି ଗାଡିରେ ଚୋରା ଗାଡି ସୋରୁମ । କୁଖ୍ୟାତ ଗାଡ଼ି ଚୋର ଦୀପକ ସାହୁକୁ ସଜା ଶୁଣାଇଲେ କୋର୍ଟ । ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଦ୍ଵିତୀୟ ଅତିରିକ୍ତ ଦୌରାଜଜ୍ । ସଂଗଠିତ ଅପରାଧ ପାଇଁ ପ୍ରଥମ ଐତିହାସିକ ରାୟ ଶୁଣାଇଲେ କୋର୍ଟ । ବାଙ୍କୀ ଅଞ୍ଚଳର ଦୀପକ ସାହୁ କୁ BNS ବା ଭାରତୀୟ ନ୍ୟାୟ ସଂହିତାର ନୂଆ ନିୟମରେ ପ୍ରଥମ ଦଣ୍ଡ ଶୁଣାଇଲେ କୋର୍ଟ I ପୂର୍ବରୁ ସଂଗଠିତ ଅପରାଧ IPC ଦଫାରେ ପାଇଁ କଡା ଦଣ୍ଡବିଧାନ ନଥିଲା I ନୁଆ ଆଇନ BNS ରେ ଦଫା 111 ସଂଗଠିତ ଅପରାଧରେ ୧୦ବର୍ଷ ଦଣ୍ଡ ବିଧାନ ଶୁଣାଇଛନ୍ତି କୋର୍ଟ ।ଅଭିଯୁକ୍ତ ଜଣଙ୍କ ନାଁରେ ୨୮ରୁ ଅଧିକ ମାମଲା ଥିବା ବେଳେ। ଚୋରି ଗାଡି ନେଇ ଡୁମୁଡୁମା ରେ ଚୋରା ଗାଡ଼ି ସୋରୁମ କରି ଚଳାଉଥିବା ବେଳେ ଧରାପଡ଼ିଥିଲା । କ୍ୟାପିଟାଲ ଥାନା କେସରେ ଉପଯୁକ୍ତ ସାକ୍ଷୀ ପ୍ରମାଣ ଆଧାରରେ ଦଣ୍ଡିତ କରିଛନ୍ତି କୋର୍ଟ ।

More Stories
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି।
ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।
୬ ବିଜେଡ଼ି ବିଧାୟକ ନିଲମ୍ବନ।