ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍ ବିଭାଗ। ଗଞ୍ଜାମ ସହର ସାନ ବଜାର ଅଞ୍ଚଳ ଦୈନଦିନ ଖୁଣ୍ଟରୁ ହୁକ ପକାଇ ପାଣି ମଟର ଚାଲୁଥିବା ଦେଖିବାକୁ ମିଳିଛି। ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୧୦୦ ମିଟର ଦୂରରେ ଏଭଳି କାର୍ଯ୍ୟ ଚାଲୁଥିଲେ ମଧ୍ୟ ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି।ଯାହା ଇଲେକ୍ଟ୍ରି କର୍ତ୍ତୃପକ୍ଷଙ୍କ ପାରିବାପଣିଆକୁ ପଦାରେ ପକାଇଛି। ବିଭିନ୍ନ ସମୟରେ ଗରିବ ଜନସାଧାରଣଙ୍କ ଉପରେ ଇଲେକ୍ଟ୍ରି ବିଭାଗ କର୍ତ୍ତୃପକ୍ଷ ଦାଉ ସାଧୁଥିବା ବେଳେ ବନ୍ଦଥିବା ଘରୁ ମନଇଛା ବିଲ୍ ଆସୁଥିବା ଅଭିଯୋଗ ହେଉଛି। କାମ କମ୍ ସେପଟେ ସରକାରଙ୍କ ଦରମା ପାଇ ଜୀବନକୁ ଉପଭୋଗ କରୁଛନ୍ତି ବିଦ୍ୟୁତ୍ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”