ପରଜଙ୍ଗ :-(ନିର୍ମଳ ଗଡ଼ନାୟକ )ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ପରଜଙ୍ଗ ବ୍ଲକ କୁମୁସି ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ବର୍ଷର ଶିକ୍ଷାନୀତି ସମ୍ପର୍କରେ ଦିଗଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଓଡ଼ିଶା ପାଠ୍ୟକ୍ରମ ରୂପଲେଖ ୨୦୨୫ ଓ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକ ପ୍ରଣୟନ ଦିଗରେ ୫ ଦିନ ବ୍ୟାପୀ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଦିଗଦର୍ଶନ କାର୍ଯ୍ୟକ୍ରମ ରହିଥିବା ବେଳେ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଛି । ନୂତନ ପାଠ୍ୟ ପୁସ୍ତକ ଗୁଡ଼ିକ ନୂତନ ପ୍ରଣାଳୀରେ ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ଓ ଶିକ୍ଷାର ଅନ୍ତର୍ନିହିତ ଗୁଣାବଳି ଦିଗରେ ଅଗ୍ରଗତି ହେବା ପାଇଁ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ।ଏହି ଅବସରରେ ମଙ୍ଗଳବାର ବ୍ଲକ ଶିକ୍ଷା ଅଧିକାରିଣୀ ପ୍ରିୟଦର୍ଶିନୀ ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନୂତନ ଶିକ୍ଷା ବର୍ଷରେ ଉତ୍ତମ ଶିକ୍ଷା ଲାଭ କରିବା ପାଇଁ ମାର୍ଗଦର୍ଶନ ଦେଇଥିଲେ ।କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ , ସଂଯୁକ୍ତା ସାମଲ, ତରଣୀ କୁମାର ସିଂହ , ସିଆରସିସି ଅଜିତ୍ କୁମାର ଦାସ ,ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ଦାସ ପ୍ରମୁଖ ଶିକ୍ଷାନୀତି ସମ୍ପର୍କରେ ଦିଗଦର୍ଶନ ଉପରେ ଜାରି ରଖିଛନ୍ତି

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ