ଶ୍ରୀ ମୁକ୍ତେଶ୍ଵର ମନ୍ଦିର ପୁରୁଣା ଭୁବନେଶ୍ୱର


ସୋମବଂଶୀ ରାଜା ପ୍ରଥମ ଯଯାତିଙ୍କ ଦ୍ୱାରା ଏହି ମନ୍ଦିରଟି ଖ୍ରୀ 950 ରୁ 975 ମଧ୍ୟରେ ନିର୍ମିତ ହୋଇଥିଲା l ଏହାକୁ ଉତ୍କଳୀୟ ମନ୍ଦିର ନିର୍ମାଣ ଶୈଳୀର ମଉଡମଣି ଓ ଚରମୋତ୍କର୍ଷ କୃତି ବୋଲି କୁହାଯାଇଥାଏ l ଏହାର ସୁଦୃଶ୍ୟ ତୋରଣ କୁତ୍ରାପି ଦେଖିବାକୁ ମିଳେନାହିଁ lମୁଖ୍ୟ ମନ୍ଦିର ସଂଲଗ୍ନ ଜଗମୋହନ, ନାଟମନ୍ଦିର,ବିମାନ ମଧ୍ୟ ଅପୂର୍ବ ଶିଳ୍ପକଳାର ଅନନ୍ୟ ପରିପ୍ରକାଶ ଭାବେ ଦେଖିବାକୁ ମିଳେ lବୌଦ୍ଧଧର୍ମର ଉତ୍ତରଣ କାଳରେ ଲକୁଳିଶଙ୍କ ଦ୍ୱାରା ପାଶୁପତ ଶୈବଧର୍ମର ଅଭ୍ୟୁତଥାନ ଘଟିଥିଲା l ତେଣୁ ମୁକ୍ତି ବା ମୋକ୍ଷ ଲାଭର ଆକାଂକ୍ଷା ଥାଇ ଶିଵଙ୍କୁ ଶ୍ରୀ ମୁକ୍ତେଶ୍ଵର ହିସାବରେ ପୂଜା କରାଗଲା l*ଜୟ ଭଗବାନ ଶ୍ରୀ ମୁକ୍ତେଶ୍ଵର ଶିଵ।


error: Content is protected !!