February 5, 2026

Now Odisha

Now Odisha

ମୁକ୍ତାପଶି ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ |

Spread the love

ପରଜଙ୍ଗ(ନିର୍ମଳ ଗଡ଼ନାୟକ ) ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମୁକ୍ତାପଶି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବୁଧବାର ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।ପ୍ରତି ବର୍ଷ ପରି ଚଳିତ ବର୍ଷ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏହି ବାର୍ଷିକ ଉତ୍ସବ ସମାରୋହରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନାଚ ଗୀତ ପରିବେଷଣ ହୋଇଥିବା ବେଳେ ମଧ୍ୟାହ୍ନ ଭୋଜନ ବିରତି ପରେ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପଞ୍ଚାୟତ ସରପଞ୍ଚ ସସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ତରଣୀ କୁମାର ସିଂହ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ମୁକ୍ତାପଶି ସିଆରସିସି ସରୋଜ କୁମାର ସାହୁ , ଜୟପୁରାକାଟେଣି ସିଆରସିସି ବ୍ରହ୍ମାନନ୍ଦ ବେହେରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜନ୍ମେଜୟ ସେନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ବିଚାରକ ଦାୟିତ୍ଵ ନିର୍ବାହ କରିଥିବା ଶିକ୍ଷୟତ୍ରୀ ବାସନ୍ତୀ ରାଉଳ ,ସୁମିତ୍ରା ସ୍ୱାଇଁ , ସାବିତ୍ରୀ ମିଶ୍ର ,କଲ୍ପନାମୟୀ ସାହୁ , ସୁମିତ୍ରା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ପୁରସ୍କାର ବିତରଣ କରିଥିଲେ । ସିଆରସିସି ସରୋଜ କୁମାର ସାହୁ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନୃତ୍ୟ ପରିବେଷଣ ସମସ୍ତ ଅବିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଆକୃଷ୍ଟ କରିଥିଲେ ।

error: Content is protected !!