ସୁନ୍ଦରଗଡ଼ ଜିଲ୍ଲା ବନ୍ଧପାଲି ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ବ୍ଲକ ସ୍ତରୀୟ ସାଂସ୍କୃତିକ ଯତରା ମହୋତ୍ସବ ବୁଧବାର ଅପରାହ୍ନ ୩ ଟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ସୁନ୍ଦରଗଡ଼ ସଦର ବିଧାୟିକା ତଥା ଆଦିବାସୀ ଉନ୍ନୟନ ବିଭାଗ ଉପଦେଷ୍ଟା କମିଟିର ସଦସ୍ୟା ଶ୍ରୀମତୀ କୁସୁମ ଟେଟେ ଯୋଗ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ତପସ୍ଵିନୀ ମାଝୀ, ଉପାଧ୍ୟକ୍ଷ ଅଜୟ ନାଏକ, ଜିଲ୍ଲା ପରିଷଦ ସଭ୍ୟା ଗେଲବତୀ ପଟେଲ, ସିଡ଼ିପିଓ ସନ୍ଧ୍ୟାରାଣୀ ଲେଙ୍କା, ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ ଡ. ନୂତନ କୁଜୁର, ବ୍ଳକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥିଙ୍କ ସହିତ ଅତିଥି ମାନେ ଦୀପ ପ୍ରଜ୍ବଳନ କରି ଯତରା ମହୋତ୍ସବକୁ ଉଦଘାଟନ କରିଥିଲେ। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀମତୀ ଟେଟେଙ୍କ ଅଭିଭାଷଣରେ ଯତରା ମହୋତ୍ସବ ଜିଲ୍ଲା ସ୍ତରରେ ହୋଇ ଆସୁଥିଲା, ହେଲେ ଏହି ମହୋତ୍ସବ ବ୍ଲକ ସ୍ତରରେ ହେବାରୁ ଗ୍ରାମାଞ୍ଚଳର କଳାକାର ମାନେ ସେମାନଙ୍କ ଉତ୍କୃଷ୍ଟ କଳା ପ୍ରତିଭାକୁ ପ୍ରଦର୍ଶିତ କରିବାର ସୁଯୋଗ ପାଇ ପାରିଛନ୍ତି। ବିଡ଼ିଓ ସ୍ଵାଗତ ଭାଷଣ ସହିତ ବ୍ଲକ ସ୍ତରରେ ହୋଇଥିବା ଯାତରା ମହୋତ୍ସବର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅତିଥି ବ୍ଲକ ସ୍ତରୀୟ ଯତରା ମହୋତ୍ସବ ଗ୍ରାମାଞ୍ଚଳ କଳାକାର ମାନଙ୍କୁ ତାଙ୍କ କଳା ପ୍ରତିଭାକୁ ପ୍ରଦର୍ଶିତ କରିବା ପାଇଁ ମଞ୍ଚ ଦେଇଥିବା କହିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ସମସ୍ତ ଅତିଥି ଷ୍ଟଲ୍ ଗୁଡ଼ିକ ବୁଲି ମଜା ନେଇଥିଲେ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା। ଏଥିରେ ବ୍ଲକ ଅଞ୍ଚଳର ୧୨ଟି ସାଂସ୍କୃତିକ ଦଳ ସହିତ ମନ ପଟେଲଙ୍କ ହାସ୍ୟ କଳା ଗ୍ରୁପ୍ ପ୍ରଦର୍ଶନ କରିଥିଲେ। ବିଡ଼ିଓ ବିରସେନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଯତରା ମହୋତ୍ସବରେ କୃଷି,ମତ୍ସ୍ୟ, ଉଦ୍ୟାନ କୃଷି, ସମନ୍ୱିତ ଶିଶୁ ବିକାଶ ବିଭାଗ ଓ ଏସଏଚଜି ମହିଳା ମାନଙ୍କ ଦ୍ଵାରା ୧୮ ଟି ଷ୍ଟଲ ପ୍ରଦର୍ଶିତ କରାଯାଇ ଥିଲା। ଶିକ୍ଷୟିତ୍ରୀ ଲିନାମୟୀ ପଟେଲ ଓ ସ୍ମିତା ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ଜନ ମଙ୍ଗଳ ଅଧିକାରୀ କାଳିଦାସ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

More Stories
ଅନ୍ଲାଇନ୍ ଗେମ୍ ନିଶା, ୯ ମହଲାରୁ ଡେଇଁଲେ ୩ ଭଉଣୀ
ସୁପ୍ରିମକୋର୍ଟରେ ହାଇପ୍ରୋଫାଇଲ ଶୁଣାଣି, ନିଜ ପକ୍ଷ ରଖିବାରେ ମୁଖ୍ୟମନ୍ତ୍ରୀଭାବେ ମମତା ବାର୍ନାଜୀ ପ୍ରଥମ |
ପ୍ରଖ୍ୟାତ ଚଳଚିତ୍ର ଅଭିନେତା ଧର୍ମେନ୍ଦ୍ର ଙ୍କ ବିୟୋଗରେ ସାଂସଦ ପଦ୍ମଶ୍ରୀ ହେମା ମାଳିନୀ ଙ୍କୁ ଭେଟି ସମବେଦନା ଜଣାଇଲେ ରୁଦ୍ର ନାରାୟଣ ପାଣି |