ସମାଜରେ ଉପଦ୍ରବ ଯାହା ବଢ଼ିଛି ତାହାତ ଭିନ୍ନ କଥା, ମାତ୍ର ପୋଲିସ୍ ର ଭୂମିକା ଚିନ୍ତା ଜନକ !
ହଁ ଆଜ୍ଞା ଏ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏ ଦୃଷ୍ୟ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମୌସୁଧା ପଞ୍ଚାୟତ ବଂlଶଡ଼ା ଥାନା ଅଧିନ ହରିପୁର ଗ୍ରାମରୁ l ଚୋର ବା ବାଂଲାଦେଶୀ ସନ୍ଦେହରେ ଚାନ୍ଦବାଲି ଥାନା ଅନ୍ତର୍ଗତ ଭୂଇଁବୃତ୍ତି ଅଞ୍ଚଳ ଅମୂଲ୍ୟ ସେଠୀଙ୍କ ଷୋହଳ ବର୍ଷୀୟ ମାନସିକ ବିକାରଗ ପୁଅ ସାର୍ଥକ ସେଠୀଙ୍କୁ ନିସ୍ତୁକ ମାଡ଼ ମାରି ଖୁଣ୍ଟରେ ବାନ୍ଧି ଦେଇଥିଲେ l ବଂlଶଡ଼ା ପୋଲିସ୍ ପହଞ୍ଚି ପିଲାଟିକୁ ଉଦ୍ଧାର କରିଥିଲା l ମାତ୍ର ଦୁଃଖର ବିଷୟ ପୋଲିସ୍ ଗୁରୁତର ପିଲାଟିକୁ ଉଦ୍ଧାର କରି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ବା ମେଡ଼ିକାଲ୍ ଟ୍ରିଟମେଣ୍ଟ ନକରି ଅଧାବାଟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି l ପରବର୍ତ୍ତୀ ସମୟରେ ବା ପରଦିନ ପ୍ରେସର୍ ହେବାରୁ ପୋଲିସ୍ ପିଲାଟିକୁ ପୁଣିଥରେ ତିହିଡ଼ି ଅଞ୍ଚକ ପିରହାଟ ନିକଟରୁ ଉଦ୍ଧାର କରି ପ୍ରଥମେ ଚାନ୍ଦବାଲି ମେଡ଼ିକାଲ୍ ଏବଂ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି l ତେବେ ଏପରି ଘଟଣାରେ ପୋଲିସ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସନ୍ଦେହ ସୃଷ୍ଟି କରୁଛି l ଚାନ୍ଦବାଲି SDPO ପ୍ରଭାସ ସାହୁଙ୍କ ହସ୍ତକ୍ଷେପ ପରେ ପୋଲିସ୍ ଏକ କେଶ୍ ରୁଜୁ କରିଥିବାର ସୂଚନା ରହିଛି I ମାତ୍ର ଘଟଣାକୁ ୨ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ୍ ର କାର୍ଯ୍ୟାନୁଷ୍ଠାନ କଣ ରହିଛି ତାହା ସ୍ପଟ ହୋଇନାହିଁ I ଯାହାକୁ ନେଇ ଭୂଇଁବୃତ୍ତି ଗ୍ରାମର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିଦେଇଛି I ତେବେ କଣ ରହୁଛି ପୋଲିସ୍ ର ଭୂମିକା ତାହା ଦେଖିବାକୁ ବାକି ରହିଲା I

More Stories
ନିଆମେରେ ବାୟୁସେନା ଘାଟି ଉପରେ ବଡ଼ ଆକ୍ରମଣ, ୨୦ ମୃତ ଓ ୧୦ ଗିରଫ |
ବାଣ ବିସ୍ଫୋରଣ; ୪ ଗୁରୁତର |
କିସ ଛାତ୍ରଙ୍କ ମୃତ୍ୟୁ ଘଟଣା; ତଣ୍ଟି ଚିପି ହତ୍ୟା କରିଛନ୍ତି ୩ ସାଙ୍ଗ