ପବିତ୍ର ରାମନବମୀ ଉପଲକ୍ଷେ ବାଲେଶ୍ଵର ସହରରେ ଶ୍ରୀରାମ ଚେତନା ଜାଗରଣ ସଂଘ ଏବଂ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ଶ୍ରୀରାମ ପଦଯାତ୍ରା ସହର ପରିକ୍ରମା କରିଛନ୍ତି। ସଂଗଠନର ଯୁବକମାନେ ବାଜା ଢୋଲ ବଜାଇ, ଗେରୁଆ ପତାକା ଧରି ସହରରେ ପଦଯାତ୍ରା କରିଥିଲେ। ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଖରାରେ ଯାଉଥିବା ପଦଯାତ୍ରୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବାଲେଶ୍ଵରର ସାମାଜିକ ସଂଗଠନ”ହାରେକା ସାହାରା ପରିବାର” ପକ୍ଷରୁ ଷ୍ଟେସନ ଛକ ଠାରେ ଏକ ଜଳଛତ୍ର ଷ୍ଟଲ୍ ଖୋଲା ଯାଇଥିଲା। ଏହି ଷ୍ଟଲ୍ ମାଧ୍ୟମରେ ଲେମ୍ବୁ, ଦହି ସରବତ ସହିତ ଗଜା ହୋଇଥିବା କଞ୍ଚା ବୁଟ,ମୁଗ ପଦଯାତ୍ରାରେ ଯାଉଥିବା ଯୁବକ ଏବଂ ପଥିକ ମାନଙ୍କୁ ଦାନ କରାଯାଇଥିଲା। ଏହି ମହତ୍ କାର୍ଯ୍ୟକ୍ରମରେ ପରିବାରର ଅଶୋକ କୁମାର ପରୀଡା, ଜଗନ୍ନାଥ ଦାସ,ବି କୈଲାଶ ଦାସ, ଚନ୍ଦ୍ରଶେଖର ଦେ, ଶ୍ୟାମସୁନ୍ଦର ସାହୁ,ବି ସନୁ ଦାସ, ମୁରଲୀ ଦାସ, ସତ୍ୟଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

More Stories
ଇତିହାସରୁ ପ୍ରେରଣା ନେଇ ଭବିଷ୍ୟତର ଓଡ଼ିଶା ପାଇଁ ସେତୁବନ୍ଧ ତିଆରି କରିବା : ଧର୍ମେନ୍ଦ୍ର ପ୍ରଧାନ
ଡାକ୍ତର ନାହାନ୍ତିକି କର୍ମଚାରୀ ନାହାନ୍ତିପ୍ରାଥମିକ ଚିକିତ୍ସାଳୟରେ ତାଲା, ରୋଗୀ ହନ୍ତସନ୍ତ |
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ