ଝାରସୁଗୁଡା ନିର୍ବାଚନ ମଣ୍ଡଳୀର କୋଲାବିରା, କିର୍ମିରା ଓ ଲଇକେରା ବ୍ଲକର ବିଭିନ୍ନ ପଂଚାୟତରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଦ୍ୱାରା ୩୬ କୋଟି ୫୪ ଲକ୍ଷ ଟଙ୍କାର ରାସ୍ତା ଓ ବ୍ରିଜ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।
ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନୁସାରେ ଲଇକେରା ବ୍ଲକର ସାହସପୁର, ଜାମମାଲ, ପାକେଲପଡା ଓ ଖୁଣ୍ଟାମାଲ ପଂଚାୟତରେ କୋଟିକୋଟି ଟଙ୍କା ବ୍ୟୟରେ ରାସ୍ତା ଉନ୍ନତି କାମ ଆରମ୍ଭ ହୋଇଛି। ଜିଲ୍ଲା ଖଣିଜ ପାଣ୍ଠିରୁ ବାବୁଛିପିଡ଼ିହି ପଂଚାୟତରେ କଂକ୍ରିଟ ରାସ୍ତା ପାଇଁ ମଧ୍ୟ ଶୁଭ ଦିଆଯାଇଛି।
କୋଲାବିରା ଓ କିର୍ମିରା ବ୍ଲକରେ ମଧ୍ୟ ବିଭିନ୍ନ ଗ୍ରାମକୁ ଯୋଡ଼ିବା ରାସ୍ତା ଓ ବ୍ରିଜ ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଛି।
ବିଧାୟକ କହିଛନ୍ତି, ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଯାତାୟାତ ସୁବିଧା ବୃଦ୍ଧି ପାଇବ ଓ ଗ୍ରାମାଞ୍ଚଳର ଆର୍ଥିକ ଉନ୍ନତିକୁ ଗତି ମିଳିବ। କାର୍ଯ୍ୟକ୍ରମରେ ପିଡବ୍ଲୁଡି ଅଧିକାରୀ ଓ ସ୍ଥାନୀୟ ନେତାମାନେ ଉପସ୍ଥିତ ଥିଲେ।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ