ବାସୁଦେବପୁର ବ୍ଳକ ଅନ୍ତର୍ଗତ ଗୁଆ ଗଡ଼ିଆ ପଞ୍ଚାୟତର କମାରଗାଁ, ମିର୍ଜାପୁର ଠାରେ ସରସ୍ୱତୀ ସଙ୍ଗୀତମହାବିଦ୍ୟାଳୟ ଦ୍ବାରା ଆୟୋଜିତ ଦୁଇ ଦିନ ଧରି ହଂସଧ୍ଵନି ନୃତ୍ୟ ଓ ସଙ୍ଗୀତ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ସଙ୍ଗୀତ ମହାବିଦ୍ୟାଳୟର ସଭାପତି ମନ୍ମଥ କୁମାର ଅଗସ୍ତି। ଏହି ଉତ୍ସବରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଅଶୋକ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଇନ୍ଦା ଅଂଶୁମାନ ଦ୍ୱିବେଦୀ, ଗୁରୁ ଵିଚିତ୍ରାନନ୍ଦ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ଦାଶଙ୍କୁ ଧ୍ରୁବ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବରେ ଡକ୍ଟର ଶ୍ରୀନିବାସ ଘଟୁଆରୀ ମିଲନ ମଞ୍ଚ ସଂଯୋଜନା କରିଥିଲେ। ହଂସଧ୍ଵନି ଅନୁଷ୍ଠାନର ସମ୍ପାଦକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସରସ୍ୱତୀ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଦେବଲ ଦେବ ଜାନା ଓ ସାଥି ଭାରତ ନାଟ୍ୟମ୍ ପରିବେଷଣ କରିଥିଲେ। ଗଙ୍ଗାଧର କଳା ପରିଷଦ ପୁରୀ ପକ୍ଷରୁ ଏହି ଉତ୍ସବରେ ଶିଳ୍ପୀ ମାନେ ଗୋଟି ପୁଅ ନୃତ୍ୟ ପରିବେଷଣ କରିଥିଲେ। ଏହି ଉତ୍ସବରେ ଷ୍ଟାର ଗାୟକ ପ୍ରଭୁପଦ ଖୁବ୍ ସୁନ୍ଦର ଓ ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ସଂଗୀତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂସ୍ଥାପକ ସଞ୍ଜୟ କୁମାର ପାଣିଗ୍ରାହୀ ଓ ଅଭିନେତା ମନିଷ ଅଗସ୍ତି। ଏହି ଉତ୍ସବରେ ଜ୍ଞାନ ରଞ୍ଜନ ସାହୁ, ନରେଶ ପାଣିଗ୍ରାହୀ, ଚିନ୍ମୟ ପଣ୍ଡା, ଶୁଭସ୍ମିତା ଧର, ସାଧନା ପାଣିଗ୍ରାହୀ, ମମତା ରାଣୀ ଦାଶ ପ୍ରମୁଖ ସହଯୋଗ କରିଥିଲେ। ଏହି ଉତ୍ସବରେ ଦ୍ୱିତୀୟ ଦିବସରେ ମନ୍ମଥ ଅଗସ୍ତି ସଭାପତିତ୍ବ କରିଥିଲେ। ଏହି ଦିବସରେ ବାସୁଦେବପୁର ତହସିଲଦାର ପ୍ରିୟବ୍ରତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲା ବେଳେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଉଦୟ ନାରାୟଣ ମଲ୍ଲିକ,ଭୁବନେଶ୍ୱର ନୁପୁର ଫାଉଣ୍ଡେସନର ନିର୍ଦ୍ଦେଶକ ଗୁରୁ ନିରଞ୍ଜନ ରାଉତ, ସମାଜସେବୀ ଗଣେଶ ତ୍ରିପାଠୀ । ସମସ୍ତ ଅତିଥି ଖୁବ୍ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଗୁରୁ ଅଜିତା ନନ୍ଦ ଦେବ ଗୋସ୍ଵାମୀ, ଗୁରୁ ତପନ କୁମାର ବିଦ୍ ତବଲା ବାଦନ କରିଥିଲେ ଓ ଓମ୍ ପ୍ରକାଶ ଗିରି ବଂଶୀ ବାଦନ କରିଥିଲେ। ଏହି ଉତ୍ସବରେ ବିଭିନ୍ନ କଳାକାର ଓଡ଼ିଶୀ ନୃତ୍ୟ, କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀନିବାସ ଘଟୁଆରୀ , ମନିଷ ଅଗସ୍ତି ମଞ୍ଚ ସଂଯୋଜନା କରିଥିଲେ ଓ ସମୀର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଶାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ହଂସ ଧ୍ଵନି ଅନୁଷ୍ଠାନର ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେଇଥିଲେ। ଭଦ୍ରକ ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍ TRO 24news।

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ