ଆଜି ଠାରୁ ଆରମ୍ଭ ହୋଇଛି ମେଟ୍ରିକ ପରୀକ୍ଷା | ପିଲାମାନେ ଉତ୍ସାହର ସହ ପରୀକ୍ଷା ଦେବାକୁଗଲେ | ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ରାମାନୁଜ ବିଦ୍ୟାପୀଠ ପାଳିଆବିନ୍ଧାରେ ପରୀକ୍ଷା ଦେଲେ 199 ଛାତ୍ର ଛାତ୍ରୀ 3 ଗୋଟି ସ୍କୁଲର ଛାତ୍ର ଛାତ୍ରୀ ଦେଲେ ପରୀକ୍ଷା l ସୂଚନା ମୁତାବକ ପାଳିଆବିନ୍ଧା ବାଳିକା ବିଦ୍ୟାଳୟରୁ 30, ଆଞ୍ଚଳିକ ସହଯୋଗ ହାଇସ୍କୁଲ ଅଚକ 84 ଏବଂ ଉମାଚରଣ ହାଇସ୍କୁଲ ମହରମପୁର 85 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ l ମେଟ୍ରିକ ପରୀକ୍ଷା ପାଇଁ ସରକାରଙ୍କ ଦ୍ୱାରା ପରୀକ୍ଷା କେନ୍ଦ୍ରରେ ସ୍ୱତନ୍ତ୍ର କେମେରା ବ୍ୟବସ୍ଥା ହୋଇଥିବା ବେଳେ, ପ୍ରତେକ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କେମେରାମାନ ଖଞ୍ଜା ଯାଇଛି l ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ସଖାଳ 7ଟା 30 ମିନିଟ ସମୟରେ ନିଜ ଅଭିଭାବକ ମାନଙ୍କ ସହ ପହଞ୍ଚି ଉତ୍ସାହର ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ l ପ୍ରଥମ ଦିନରେ ଏମଆଇଏଲ ବିଷୟରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିଲେ , ପରୀକ୍ଷା କେନ୍ଦ୍ର ସାମ୍ନାରେ ଅଭିଭାବକ ମାନେ ଉତ୍ସାହ ସହ ନିଜ ପିଲାଙ୍କ ପରୀକ୍ଷା ସାରିବା ପର୍ଯନ୍ତ ଅପେକ୍ଷା କରିଥିଲେ l ତିହିଡି ପୋଲିସ ପ୍ରଶାସନ ତରଫରୁ ସମସ୍ତ ଶାନ୍ତି ଶୃଙ୍ଖଳା ଦୃଷ୍ଟି ଦେଇଥିଲେ l ପ୍ରଥମ ଦିନରେ ମେଟ୍ରିକ ପରୀକ୍ଷା ଶାନ୍ତି ଶୃଙ୍ଖଲା ଭାବେ ଅନୁଷ୍ଠିତ ହୋଇଯାଇଛି l

More Stories
ଉତ୍ତର ପ୍ରଦେଶରେ ମୋତିଆବିନ୍ଦୁ ସର୍ଜରୀ ପରେ ଦୃଷ୍ଟିଶକ୍ତି ହରାଇଲେ ୯ ରୋଗୀ : ହସ୍ପିଟାଲ ସିଲ୍
ଆକଟ କରିବାକୁ ପତ୍ନୀଙ୍କୁ ନିର୍ଯାତନା ଦେବାରେ ଅସୁବିଧା ନାହିଁ : ଅଜବ ତାଲିବାନୀ ନିୟମ
ଭାରତରେ ପିଲାମାନେ ଦେଖିପାରିବେନି ଫେସବୁକ୍ ଏବଂ ଇନଷ୍ଟା! ମୋଦିଙ୍କୁ ଏଭଳି କହିଲେ ମାକ୍ରୋନ୍ |