ସାଇବର ଠକେଇ ରୋକିବା ପାଇଁ ଝାରସୁଗୁଡା ପୁଲିସ ଦ୍ୱାରା ଜିଲ୍ଲା ଜୁଡି ‘ସାଇବର କବଚ’ ଅଭିଯାନ ଚାଲୁ ରହିଛି। ଏହି ବିଶେଷ ଅଭିଯାନରେ ମୋଟ ୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ବିଏନଏସଏସ ଧାରା ୩୫(୩) ଅନୁଯାୟୀ ୮ ଜଣଙ୍କୁ ନୋଟିସ ଜାରି କରାଯାଇଛି। ତଦନ୍ତ ସମୟରେ ପ୍ରାୟ ୫.୨୭ କୋଟି ଟଙ୍କାର ସନ୍ଦେହଜନକ ଲେନଦେନ ଚିହ୍ନଟ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଝାରସୁଗୁଡା, ସଦର, ବଡମାଲ, ବେଳପାହାଡ଼ ଓ ଲଖନପୁର ସହିତ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଅଭିଯାନରେ ୧୩ଟି ପାସବୁକ୍, ୧୧ଟି ଏଟିଏମ୍ କାର୍ଡ, ୫ଟି ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। କିଛି ମାମଲାରେ ଅଭିଯୁକ୍ତମାନେ ନିଜ ବ୍ୟାଙ୍କ ଖାତା ଓ କେୱାଇସି ତଥ୍ୟ ଅନ୍ୟମାନଙ୍କୁ ଦେଇ ସାଇବର ଠକେଇରେ ସହଯୋଗ କରୁଥିବା ପ୍ରମାଣ ମିଳିଛି।
ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି ଯେ, ଏକ ସଂଘବଦ୍ଧ ଚକ୍ର ଲୋକମାନଙ୍କୁ ଲୋଭ ଦେଇ ବ୍ୟାଙ୍କ ଖାତା ଖୋଲାଇ ଏହାକୁ ମୂଳ ଆକାଉଣ୍ଟ ଭାବେ ବ୍ୟବହାର କରୁଥିଲେ। ଏହି ଆକାଉଣ୍ଟ ମାଧ୍ୟମରେ ଦେଶବ୍ୟାପୀ ସାଇବର ଠକେଇ ଟଙ୍କା ଲେନଦେନ ହେଉଥିଲା।
ଝାରସୁଗୁଡା ପୁଲିସ ସାଧାରଣ ଲୋକଙ୍କୁ ସଚେତନ କରି କହିଛନ୍ତି, କେହି ନିଜ ବ୍ୟାଙ୍କ ଖାତା, ଏଟିଏମ୍ କାର୍ଡ କିମ୍ବା କେୱାଇସି ତଥ୍ୟ ଅନ୍ୟଙ୍କୁ ଦିଅନ୍ତୁ ନାହିଁ। ସନ୍ଦେହଜନକ ଲେନଦେନ ଦେଖିଲେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ କିମ୍ବା ୧୯୩୦ ହେଲ୍ପଲାଇନ୍ରେ ଯୋଗାଯୋଗ କରନ୍ତୁ। ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସଂକଳ୍ପବଦ୍ଧ ବୋଲି କହିଛି।

More Stories
ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆ ରେ ହାଣି ହତ୍ୟା |
ଦୁର୍ନୀତି ଅଭିଯୋଗରେ ତହସିଲଦାର ନିଲମ୍ବିତ, ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ନିଲମ୍ବିତ |
ଠିକା କାମ କୁ ନେଇ ସାମାନ୍ୟ ବଚସା ରୁ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯୁବକ। ଗୁଳିକାଣ୍ଡ ଭିଆଇଥିବା ଯୁବକ ଗିରଫ।