February 20, 2026

Now Odisha

Now Odisha

ନିରାମୟ କେନ୍ଦ୍ରରେ ମାତାଲ କର୍ମଚାରୀ |

Spread the love

ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ନିରାମୟ କେନ୍ଦ୍ରରେ ମାତାଲ କର୍ମଚାରୀର ରୋଗୀଙ୍କୁ ଓଲଟା ମେଡିସିନ ଦେବାରୁ ପାଟିତୁଣ୍ଡ । ଭିଡିଓ ଭାଇରାଲ ।
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା ଉପରେ ଖପ୍ରାଖୋଲ ବେଲପଡ଼ା, ପାଟଣାଗଡ ସହ ଆଖପାଖ ଜିଲ୍ଲା ର ହଜାର ହଜାର ଲୋକେ ନିର୍ଭର କରନ୍ତି ପାଟଣାଗଡ ଡାକ୍ତରଖାନା ସହର ମଧ୍ଯ ରେ ଥିବା ବେଳେ ଏବେ ସହର ଠୁ ପ୍ରାୟ ଚାରି କିଲୋମିଟର ଦୂର ରେ ନୂତନ ଭାବେ ନିର୍ମିତ ହୋଇ ସ୍ଥାନାନ୍ତରିତ ହୋଇ ଥିବାବେଳେ ତେଣୁ ଡାକ୍ତରଖାନାର କିଛି କର୍ମଚାରୀ ମାନେ ମୌଜ ମଜଲିସ କରୁଥିବା ଲୋକେ ଅଭିଯୋଗ କରିଛନ୍ତି l ଗତ କାଲି ରାତ୍ରି ରେ ଏମିତି ଏକ ଅଭାବନୀୟ ଘଟଣା ର ଭିଡିଓ ସାମ୍ନା କୁ ଆସିଛି ତାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାକୁ ଲାଗିଛି ।ଜଣେ ଡାକ୍ତରଖାନା ର କର୍ମଚାରି ବିଳମ୍ବିତ ରାତ୍ରିରେ ନିରାମୟ କେନ୍ଦ୍ରରେ ପ୍ରବଳ ମଦ ପିଇ ଡାକ୍ତରଖାନାର ରୋଗୀ ମାନଙ୍କୁ ଡାକ୍ତର ଲେଖିଥିବା ଔଷଧ ବଦଳ ରେ ଅନ୍ୟ ଔଷଧ ଦେଉଥିବା ରୁ ରୋଗୀ ସମ୍ପର୍କୀୟ ମାନେ ନିରାମୟ କେନ୍ଦ୍ର ଙ୍କୁ ଆସି
ଅଭିଯୋଗ କଲା ବେଳେ ନିରାମୟ କେନ୍ଦ୍ର ର କର୍ମଚାରି ଜଣକ ପ୍ରବଳ ମଦ୍ୟପାନ କରି ନିରାମୟ କେନ୍ଦ୍ର ରେ ହୋସରେ ନ ଥିବା ସମ୍ପର୍କୀୟ ମାନେ ଦେଖି ଭିଡିଓ କରିଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏମିତିକା ରୋଗୀ ସମ୍ପର୍କୀୟ ମାନେ ମଦପିଇ ଥିବା ଅଭିଯୋଗ କରିବା ପରେ କର୍ମଚାରୀ ଜଣକ ନିରାମୟ କେନ୍ଦ୍ର ରୁ ବାହାରି ପଳାଇବାକୁ ଉଦ୍ୟମ କରୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଭାଇରାଳ ହେଉଛି । ଏ ବିଷୟ ପାଟଣାଗଡ ଉପଖଣ୍ଡ ଡାକ୍ତଖାନା ର ସୁପରି ଟେଣ୍ଡେଣ୍ଟ ଡ଼ାକ୍ତର ସରୋଜ ସ୍ୱାଇଁ ଙ୍କୁ ପଚାରିବାରୁ ଏପରି ଘଟଣା ର ଅଭିଯୋଗ ହୋଇନଥିବା କହିବା ସହ ଭିଡିଓ ଦେଖିଲା ପରେ କାର୍ଯ୍ୟନୁଷ୍ଠାନ ନେବେ ବୋଲି କହିଛନ୍ତି ।

error: Content is protected !!