February 20, 2026

Now Odisha

Now Odisha

ରାକ୍ଷସ’ ଫିଲ୍ମର ଟ୍ରେଲର (ଟ୍ରିଜ୍ରର )ଉନ୍ମୋଚନ |

Spread the love

ଟିଟିଲାଗଡ଼, କୋଶଲି /ସମ୍ବଲପୁରୀ ଭାଷାରେ ନିର୍ମିତ୍ତ ଏକ ଭିନ୍ନ ସ୍ୱାଦଧର୍ମୀ ‘ରାକ୍ଷସ’ ଚଳଚିତ୍ରର ଟ୍ରେଲର ଆଜି ସ୍ଥାନୀୟ ଛୋଟୁ ମହାରାଜ ସିନେମା ହଳରେ ପୂର୍ଣ୍ଣ ପ୍ରେକ୍ଷାଲୟରେ ବିଧିବଦ୍ଧ ଭାବରେ ଉନ୍ମୋଚିତ ହୋଇଯାଇଛି l ପଶ୍ଚିମ ଓଡ଼ିଶାର ସୋନପୁର ଅଞ୍ଚଳରେ ୯୫ ମିନିଟର ଏହି ଫିଲ୍ମଟିର ସମସ୍ତ ସୁଟିଙ୍ଗ କରାଯାଇଛି l ଅମିତ ଫିଲ୍ମ ସ୍ଟୁଡ଼ିଓ, ଟିଟିଲାଗଡ଼ରେ ଏହାର କୋ- ପ୍ରଡ଼କ୍ସନ କାର୍ଯ୍ୟ ଚାଲିଥିବା ବେଳେ ଏହା ଖୁବ ଶୀଘ୍ର ପ୍ରେକ୍ଷାଳୟ ଗୁଡିକରେ ମୁକ୍ତି ଲାଭ କରାଯାଉଛି l ଆଜି ଟ୍ରେଲର ଉନ୍ମୋଚନ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ପ୍ରଯୋଜକ କମଳାକାନ୍ତ ମଲ୍ଲିକ, ନିର୍ଦ୍ଦେଶକ ଡି. ଚନ୍ଦନ କୁମାର, ଲେଖକ ସିଦ୍ଧାନ୍ତ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶକ ଦୁର୍ଜନ ମହାନନ୍ଦ, ଏଡିଟର ଅମିତ ସାହୁ, ଅଭିନେତ୍ରୀ ଶ୍ରଦ୍ଧା, ସୁନିତା, ଲକ୍ଷ୍ମୀପ୍ରୀୟା, ଅତିଥି କଳାକାର ଜିଆରଏମ ବାବା, ଆଦି, ଆରଜେ ପ୍ରମୁଖ ସାମିଲ ହୋଇଥିଲେ l ଆମ ସମାଜରେ ମନୁଷ୍ୟ ରୁପି ରାକ୍ଷସ ଲୁଚି ରହି ବିଶେଷ କରି ମହିଲାଙ୍କ ଉପରେ ଅତ୍ୟାଚାର କରୁଛନ୍ତି l ଏହାକୁ ନେଇ ଏକ ଗାଁର କାହାଣୀରେ ରାକ୍ଷସ ସହ କୌଣସି ପୁରୁଷଙ୍କ ବିନା ସହାୟତାରେ ନିଜେ ଲଢ଼ି କିଭଳି ମହିଲା ନିଜ ସମ୍ମାନ, ଇଜ୍ଜତ ଏବଂ ଜୀବନ ରକ୍ଷା କରିଛନ୍ତି ତାହାକୁ ଚଳଚ୍ଚିତ୍ରରେ ଦର୍ଶଯାଇଥିବା ନିର୍ଦ୍ଦେଶକ ଚନ୍ଦନ କହିଛନ୍ତି l ଅନ୍ୟପକ୍ଷରେ ନିଜର ପ୍ରଥମ କୋଶଲି /ସମ୍ବଲପୁରୀ ଚଳଚିତ୍ର ନିର୍ମାଣ ନେଇ ପ୍ରଯୋଜକ କମଳାକାନ୍ତ ଏହା ଜନ ଆଦୃତ ସହ ସମାଜକୁ ଏକ ସୁବାର୍ତ୍ତା ପ୍ରଦାନ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି l ଏହି ଅବସରରେ ଟିଟିଲାଗଡ଼ର ବିଶିଷ୍ଟ କଳାକାର ରାଜେଶ ପ୍ରଧାନ, ଯୁଗଲ କିଶୋର ସାହୁ, ଆଇନଜୀବୀ ବୀରେନ୍ଦ୍ର ବାଗ, ପଙ୍କଜ ବାଗ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଆଧୁନିକ ଶୈଳୀରେ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରଟି ସଫଳ ହେବା ସହ ଅନ୍ୟ ପାଇଁ ପ୍ରେରଣା ଦାୟୀ ହେବ ବୋଲି କହିଛନ୍ତି l

error: Content is protected !!