February 20, 2026

Now Odisha

Now Odisha

କଂଗ୍ରେସ ର ବନ୍ଧୁ ମିଳନ |

Spread the love

ଗତ ସାଧାରଣ ନିର୍ବାଚନ ୨ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ପାଟକୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ତରଫରୁ ପ୍ରଥମ ଜୋନ ସ୍ତରୀୟ କର୍ମିସମ୍ମୀଳନୀ ଆଜି ଆରମ୍ଭ ହୋଇଛି । କଂଗ୍ରେସ ଦଳର ପରାଜିତ ବିଧାୟଜକ ପ୍ରାର୍ଥି ଡ.ରତିକାନ୍ତ କାନୁନଗୋ ଙ୍କ ନେତୃତ୍ୱରେ ଗରଦପୁର ବ୍ଲକ ୧୦ ନଂ ଜିଲ୍ଲାପରିଷଦ ଜୋନ ର ତିକନପୁର ଶ୍ରୀ ରାମ ମନ୍ଦିର ପ୍ରାଙ୍ଗଣରେ ବନ୍ଧୁମିଳନ ବ୍ୟାନର ରେ କଂଗ୍ରେସ କର୍ମିମାନଙ୍କର ଏକ ସଭା ଆୟୋଜନ କରାଯାଇଛି ।ା ବ୍ଲକ ସଭାପତି ଜ୍ୟୋତିରଂଜନ ପରିଡା ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୂତନ ରୂପେ ଏହି ଜୋନ ର ସଭାପତି ରୂପେ ଚୟନ କରୋଯାଇଥିବା ପ୍ରମୋଦ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । କଂଗ୍ରେସ ନେତା ଶ୍ରୀ କାନୁନଗୋ ଯୋଗଦେଇ କହିଥିଲେ ଯେ ଆଗାମୀ ପଞ୍ଚାୟତ ନିର୍ବାଚନ କଂଗ୍ରେସ କର୍ମିମାନଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ସାଂପ୍ରତିକ ପରିସ୍ଥିତିରେ ପାଟକୁରା ବିଜେଡି ଦୁଇଫାଳ ହୋଇ ନିର୍ବାଚନ ମଣ୍ଡଳୀରେ ପ୍ରତିଯୋଗିତା ମୂଳକ ସଭାକରି ନିଜ ନିଜର ପାଓା୍ୱର ଶୋ କରିବାରେ ଲାଗିଛନ୍ତି । ସେହିପରି ବିଜେପି ଦଳ ଦୁଇଭାଗ ହୋଇ ଗରଦପୁର ଓ ଡେରାବିଶ ବ୍ଲକରେ ମହୋତ୍ସବ ନାମରେ ନିଜ ନିଜର ପତିଆରା ଲଢେଇକରୁଛନ୍ତି । ଏଭଳି ପରିସ୍ଥିତିରେ ସାଧାରଣ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଲୋକମାନଙ୍କ ସ୍ୱାର୍ଥ କୁ ଆଖିଆଗରେ ରଖି କଂଗ୍ରେସ ଦଳ ତରଫରୁ ବ୍ଲକ , ତହସିଲ ଓ ଥାନା ଆଗରେ ବିକ୍ଷୋଭ ଘେରାଓ କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଥିଲେ । ଆଗାମୀ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ନିର୍ବାଚନ ମଣ୍ଡଳୀର ୭ ଗୋଟି ଜୋନ ରେ କର୍ମିମାନଙ୍କର ସମ୍ମିଳନୀ ଆୟୋଜନ କରାଯାଇ ଆବଶ୍ୟକସ୍ଥଳେ ନୂତନ ପଞ୍ଚାୟତ ସଭାପତିମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ କାନୁନଗୋ ତାଙ୍କ ବକ୍ତବ୍ୟରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ର ପୁର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ଦାସ ବୁଥ କମିଟି ,ପଞ୍ଚାୟତ କମିଟି , ବ୍ଲକ କମିଟି କର୍ମକତ୍ତାମାନଙ୍କର କାର୍ଯ୍ୟଧାରା ଉପରେ ସୂଚନା ପ୍ରଦାନ କରିଥିଲେ । ଦେରାବିଶ ବ୍ଲକ କଂଗ୍ରେସ କମିଟି ସଭାପତି ରାଜୀବ ଲୋଚନ ମିଶ୍ର , ଡୋରାବିଶ ମହିଳା କଂଗ୍ରେସ ସଭାନେତ୍ରୀ ରଶ୍ମିତା ମହାନ୍ତି , ମାର୍ଶାଘାଇ ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀକାଶୁଂ ଲେଙ୍କା , ଜିଲ୍ଲା କଂଗ୍ରେସ ଉପସଭାପତି ଉମେଶ ଚନ୍ଦ୍ର ତିପ୍ରାଠି, ଜିଲ୍ଲା କଂଗ୍ରେସ କିଶାନ ସେଲ ସଭାପତି ଜୟଦେବ ପରିଡା ,ଜିଲ୍ଲା ସାଧାରଣ ସମ୍ପାଦକ ରମାକାନ୍ତ ସ୍ୱାଇଁ ,ଜିଲ୍ଲା କଂଗ୍ରେସ ସମ୍ପାଦକ କୁମର ପାଣି ଓ ମନୋରଂଜନ ମହାନ୍ତି ,ପ୍ରମୁଖ ଅଭିଭାଷଣ ରହିଥିଲେ । ଏହି ଅବସରରେ ତିକନପୁର ପଞ୍ଚାୟତର ୭ ଜଣ ଓ ଭଗବାନପୁର ପଞ୍ଚାୟତର ୨ ଜଣ ବିଜେଡି ଓ ବିଜେପି କର୍ମି ଆଜି ବିଧିବଧ ଭାବରେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି । ବ୍ଲକ ଗାଁ ସାଥୀ ସଙ୍ଘ ସମ୍ପାଦିକା ବେବିନା ପରିଡା କଂଗ୍ରେସ ଦଳ ରେ ଯୋଗଦେଇଛନ୍ତି । କଂଗ୍ରେସ ନେତା ଶ୍ରୀ କାନୁନଗୋ ଦଳରେ ଯୋଗଦେଇଥିବା କର୍ମିମାନଙ୍କୁ ହ କୁଣ୍ଡୁ ,ରଂଜନ ପରିଜା , ଶଙ୍କର ପ୍ରମୁଖ କର୍ମିମାନେ ସହଯୋଗ କରିଥିଲେ

error: Content is protected !!