ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଦିଗରୁ ଆସିଥିବା ୫୩ ନମ୍ବର ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ଛକରେ ରବିବାର ସନ୍ଧ୍ୟା ସମୟରେ ଶତାଧିକ ସ୍ଥାନୀୟ ବିଜେପି ଦଳର ଯୁବ ମୋର୍ଚ୍ଚା କର୍ମୀ ମାନେ ଏକତ୍ରିତ ହୋଇ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଭୁବନେଶ୍ୱରରୁ କାମାକ୍ଷାନଗର , ପରଜଙ୍ଗ ବାଇପାସ୍ ଛକ ଦେଇ ଅନୁଗୋଳ ଜିଲ୍ଲାକୁ ଏକ କାର୍ଯ୍ୟକ୍ରମରେ ଯାଉଥିବା ବେଳେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବ ମୋର୍ଚ୍ଚା କର୍ମୀ ମାନେ ବାଇପାସ୍ ଛକରେ ଏକତ୍ରିତ ହୋଇ ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କୁ ପୁଷ୍ପଗୁଚ୍ଛ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସେଠାରେ ଅଳ୍ପ କିଛି ସମୟ ଯୁବ ମୋର୍ଚ୍ଚା କର୍ମୀ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”