Skip to content
- ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ଏମ୍ସିଏଲ୍ ଲଖନପୁର ଏରିଆ ବନ୍ଧବାହାଲ କଲୋନିରେ ରବିବାର ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଛି, ସାମାନ୍ୟ ଜୁହାର ହେବା ଭଳି ତୁଚ୍ଛ ଘଟଣାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହୋଇଥିବା ଏହି ରକ୍ତାକ୍ତ ସଂଘର୍ଷରେ ଗୋଟିଏ ପରିବାରର 5 ଜଣ ଗୁରୁତର ଆହତ ହୋଇଛନ୍ତି, ସୂଚନା ଅନୁସାରେ,ଗତ20 ତାରିଖରେ ମହାଦେବପଡ଼ାର ଦିନାନାଥ ସିଂହ ଓ ସୁରେଶ ସିଂହଙ୍କ ମଧ୍ୟରେ ସୌଜନ୍ୟମୂଳକ ସମ୍ବୋଧନ ବା ଜୁହାର ହେବାକୁ ନେଇ ବଚସା ହୋଇଥିଲା, ଏହି ଘଟଣା ଉଗ୍ରରୂପ ନେବାରୁ ଉଭୟ ପକ୍ଷ ବନହରପାଲି ଥାନାରେ ଏତଲା ଦେଇଥିଲେ, ମାତ୍ର ରବିବାର ଅପରାହ୍ଣ ପ୍ରାୟ 4ଟା ସମୟରେ ଦିନାନାଥଙ୍କ ପୁଅ ଅଙ୍କିତ ସିଂହ ବଜାରରୁ ଫେରୁଥିବା ବେଳେ ପୁଣି ଥରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ, କଥା କାଟାକାଟିରୁ ଆରମ୍ଭ ହୋଇ ଏହି ବିବାଦ ମାରପିଟ୍ରେ ପହଞ୍ଚିଥିଲା, ଅଭିଯୋଗ ଅନୁସାରେ, ଅଙ୍କିତଙ୍କ ପରିବାର ପକ୍ଷରୁ ଖଣ୍ଡାରେ ଆକ୍ରମଣ କରାଯାଇଥିଲା, ଏହି ଆକ୍ରମଣରେ,
- ତୁଲସି ଛତ୍ରିଆ(23)
- ସୁରେଶ ସିଂ(26)
- ହେମା ସିଂ (25)
- ସରସ୍ବତୀ ନାଗ(25)
- ବାବୁଲି ନାଗ(27)
ପ୍ରମୁଖ ଗୁରୁତର ଭାବେ ଆହତ ହୋଇଛନ୍ତି, ସମସ୍ତଙ୍କ ଶରୀରରେ ଗଭୀର କ୍ଷତ ସହ ପ୍ରଚୁର ରକ୍ତସ୍ରାବ ହୋଇଛି, ଆହତମାନଙ୍କୁ ପ୍ରଥମେ ଲଖନପୁର ଏରିଆ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବେଲପାହାଡ଼ ଜାହାଙ୍ଗୀର ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ଭିମସାର VIMSAR ସ୍ଥାନାନ୍ତର କରାଯାଇଛି, ଘଟଣାସ୍ଥଳରେ ବ୍ରଜରାଜନଗର SDPO ଚିନ୍ତାମଣି ପଧାନ ଓ ବନହରପାଲି ଥାନା ଅଧିକାରୀ ରଞ୍ଜିତ ନାୟକ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି, ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି,
Post Views: 5
error: Content is protected !!
More Stories
ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ: ବଡ଼ପଡ଼ିଆ ପରିବା ମାର୍କେଟ୍ର ୫୦ ଦୋକାନ ପାଉଁଶ |
ପୋଲିସ ବସ୍ ବ୍ରେକ୍ ଫେଲ୍ ହୋଇ ମାଡିଗଲା ଅଳ୍ପକେ ବାର୍ତିଲେ ଶତାଧିକ ଆନ୍ଦୋଳନକାରି |
ରାସ୍ତା ପାର୍ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍,