ପରଜଙ୍ଗ – ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପରଜଙ୍ଗ ବ୍ଲକ ଲୋଧଣି ଗ୍ରାମ ସୁନାରି ସାହିରେ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ପୃଥକ ପୃଥକ ଦୁଇଟି ଘରେ ପଶି କଳାକନା ବୁଲାଇ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ବୋଲି ସୂଚନା ମିଳିଛି ।ଘରେ ପଶି ଲୁଟିବା ପୁଣି ଏମାନଙ୍କ ଆକ୍ରୋଶର ଶିକାର ହୋଇ ମାଆ ଝିଅ ଲହୁଲୁହାଣ ହୋଇ ମେଡ଼ିକାଲରେ ଚିକିତ୍ସିତ ହେବା ଅଞ୍ଚଳବାସୀଙ୍କ ମନରେ ଆନ୍ଦୋଳିତ କରିଛି । ସାହିର ପ୍ରସନ୍ନ କୁମାର ସାହୁ ଓରଫ କମାରଙ୍କ ପରିବାର ଶୋଇଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଘର ପଛ ପଟେ ପଶି ପ୍ରଥମେ ଅନ୍ୟ ଘରେ ଶୋଇଥିବା ଘର ଗୁଡ଼ିକ ବାହାର ପଟୁ କବାଟ ପକାଇ ଦେଇଥିବା ବେଳେ ଅନ୍ୟ ଏକ ଘରେ ପ୍ରସନ୍ନଙ୍କ ସ୍ତ୍ରୀ ମାଣିକ ସାହୁ ଓ ବିବାହିତ ଝିଅ ଈଶ୍ୱରୀ ସାହୁ ଶୋଇଥିଲେ । ସେହି ଘରେ ଦୁର୍ବୃତ୍ତ ମାନେ ପଶି ମାଆ ଝିଅଙ୍କୁ ଲହୁଲୁହାଣ କରି ପିନ୍ଧିଥିବା ସୁନା ଗହଣା ଓ ଗଡ଼ରେଜ ଭାଙ୍ଗି ଟଙ୍କା ନେଇଥିବା , ଡ୍ରେସିଙ୍ଗ ବାକ୍ସକୁ ଘରଠାରୁ କିଛି ବାଟ ବୋହି ନେଇ ସେଠାରେ ତାଡ଼ି ଆବଶ୍ୟକୀୟ ଦସ୍ତାବିଜ ଗୁଡ଼ିକ ନେଇଯାଇ ଫୋପାଡି ଦେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଲୁଟେରାଙ୍କ ଲୁଟପାଟ ସମୟରେ ମାଆ ଝିଅ ବର୍ତ୍ତି ନଥିଲେ । ଏମାନଙ୍କ ଆକ୍ରମଣରେ ମାଆ ଝିଅ ଗୁରୁତର କ୍ଷତାକ୍ତ ହୋଇ ରାତାରାତି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଗାଁରେ ଦୋଳ ପୂର୍ଣ୍ଣିମା ପର୍ବ ପାଇଁ ଝିଅ ବାପ ଘରକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ।ସେହି ରାତିରେ ପାଖ ପଡୋଶୀ ଲୁଲୁ ସାହୁଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ଲୁଲୁ ଓ ପରିବାର ଘରେ ନଥିବା ବେଳେ ଦୁର୍ବୃତ୍ତ ମାନେ ପଶି ଗଡ଼ରେଜ ତାଡ଼ି ସୁନା ଗହଣା ଲୁଟି ନେଇଥିବା ଜଣାପଡିଛି । ରାତିରେ ଖବର ପାଇ ପୋଲିସ ସାହିରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ରାଜଗାଙ୍ଗପୁର ଜେକେ ଢାବାରେ ବେଆଇନ କାରବାର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ତାତିରୁ ଆଶ୍ୱସ୍ତି ମିଳିଲେ ବି ବ୍ୟାପକ କ୍ଷୟକ୍ଷତି; ଜଣେ ଆହତ
ଇନ୍ଧନ ଦରବୃଦ୍ଧି ଚାପ: ଘରୋଇ ଉଡ଼ାଣ ବାତିଲ କଲେ ଇଣ୍ଡିଗୋ, ଏୟାର ଇଣ୍ଡିଆ