March 1, 2026

Now Odisha

Now Odisha

ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୩ ଆହତ

Spread the love

ଭଦ୍ରକ : ଛିଡା ହୋଇ ଥିବା ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ୩ ଜଣ ଆହତ । ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି । ୧୬ ନମ୍ବର ଜାତୀୟ ରାଜପଥର ନେହେରୁ ଷ୍ଟାଡିଅମ ସମୁଖ ରାସ୍ତା ରେ ଘଟିଛି ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତ୍ରିରେ ନୀଳମାଧଵ ନାମକ ଯାତ୍ରୀ ବାହି ବସ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଯାଉଥିଲା ବେଳେ ନେହେରୁ ଷ୍ଟାଡିଅମଠାରେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା ।

ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ । ଖବର ପାଇ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ପଠାଇବା ସହିତ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଧକ୍କାରେ ବସର ଆଗପଟ ସମ୍ପୃନ୍ନ ନଷ୍ଟ ହୋଇ ଯାଇଛି ।

error: Content is protected !!