March 13, 2026

Now Odisha

Now Odisha

ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା

Spread the love

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ରାଜ୍ୟରେ ଗ୍ୟାସ୍ ଯୋଗାଣରେ ବାଧା । ଠିକ୍ ସମୟରେ ଆସୁନି ଗ୍ୟାସ୍ ସିଲିଣ୍ଡର । ଏଲପିଜି ସିଲିଣ୍ଡର ପାଇଁ ଏଜେନସୀ ଆଗରେ ଲମ୍ବା ଲାଇନ। ସ୍ଥିତି ଏମିତି ହେଇଛି ଯେ, ୨୦-୨୫ ଦିନ ପୂର୍ବରୁ ଗ୍ୟାସ ବୁକ କରିଥିଲେ ବି ମିଳୁନି ସିଲିଣ୍ଡର । ଗ୍ୟାସ ସଙ୍କଟ ଦେଖାଦେବା ପରେ କଟକ ପ୍ରଶାସନର ତତ୍ପରତା । ବିଭିନ୍ନ ସ୍ଥାନରେ ଗ୍ୟାସ୍ ଏଜେନ୍ସି ଉପରେ ଚଢ଼ାଉ ଆରମ୍ଭ ହୋଇଛି ।କଟକରେ ଗ୍ୟାସ ଷ୍ଟକିଷ୍ଟ ମାନଙ୍କର ଗୋଦାମକୁ ଯାଞ୍ଚ କରାଯାଇଛି । ଅଭିଯୋଗ କ୍ରମେ ଗୋଟିଏ ସ୍ଥାନରେ ରେଡ କରାଯାଇ ରେକର୍ଡ ଯାଞ୍ଚ କରାଯାଇଛି । ଯେଉଁମାନେ କଳା ବଜାରୀ ଓ ଗ୍ୟାସ ଠୁଳ କରୁଛନ୍ତି, ସେମାନଙ୍କ ଉପରେ ଚଢ଼ାଉ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ ରହିଛି । କମର୍ସିଆଲ ଷ୍ଟକ ବି ମହଜୁଦ ରହିଛି । ଘରୋଇ ଗ୍ୟାସ ପାଇଁ କୌଣସି ସମସ୍ୟା ନାହିଁ । ଶବଦାହ କେନ୍ଦ୍ରକୁ ଗ୍ୟାସରେ ଶବ ଦାହ ନ କରି କାଠ ଏବଂ ବିଦ୍ୟୁତରେ ଶବଦାହ କରିବା ପାଇଁ କୁହାଯାଇଛି । ଏନେଇ ସିଏମସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

error: Content is protected !!