ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ଗ୍ରାମରେ ଶ୍ରୀ ଶ୍ରୀ ବାବା ବେଲେଶ୍ୱର ମନ୍ଦିରର ରତ୍ନମୁଦ ଲାଗି ରବିବାର ଦିନ ବିଶାଳ କଳସ ଶୋଭାଯାତ୍ରା ଦେଖିବାକୁ ମିଳିଥିଲା । ଗ୍ରାମ ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ ଗ୍ରାମର ମହିଳା ଓ ପୁରୁଷ ମାନେ ପହଞ୍ଚି ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସାରି ନଦୀରୁ ଜଳପୂର୍ଣ୍ଣ କଳସ ଧରି ମନ୍ଦିର ଅଭିମୁଖେ କଳସ ଶୋଭାଯାତ୍ରା ବାହାରିଥିଲା । ସ୍ଵତନ୍ତ୍ର ନିଆରା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସ ଶୋଭାଯାତ୍ରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଗ୍ରାମର ପାଞ୍ଚ ଶହରୁ ଉର୍ଦ୍ଧ୍ବ ମହିଳା ଗୋଟିଏ ରଙ୍ଗର ନୂଆ ଲୁଗା ପରିଧାନ କରି ଶୋଭାଯାତ୍ରା ବାହାରି ଥିବା ବେଳେ ଆଗରେ ବାଜା ବାଣ ସାଉଣ୍ଡ ନାମ ସଙ୍କୀର୍ତ୍ତନ ,ହରିବୋଲ ହୁଳହୁଳି ସାଙ୍ଗକୁ ଗାଁ ଦାଣ୍ଡରେ ମହିଳା ମାନଙ୍କ ବନ୍ଦାପନାରେ ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା । ଶୋଭାଯାତ୍ରା ବଡ଼କମର ଗାଁ ଦେଇ ପାଟରପଦା ଗାଁ ପରିକ୍ରମା ସାରି ମନ୍ଦିରରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏହା ପରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ କରାଯାଇଥିଲା ।

ପୂଜା ସ୍ଥଳରେ ସଞ୍ଜୟ କୁମାର ଜେନା ଓ ସହ ଧର୍ମିଣି ସୁନୀତା ଜେନା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପଙ୍କଜ ଆଚାର୍ଯ୍ୟ ,ମନୋଜ ଆଚାର୍ଯ୍ୟ ,ହୃଦୟ ଚନ୍ଦ୍ର ଆଚାର୍ଯ୍ୟ ରୀତିନୀତି ଅନୁସାରେ ପ୍ରଥମ ଦିନର ପୂଜାର୍ଚ୍ଚନା ହୋମ ଯଜ୍ଞ ଜାରି ରଖିଛନ୍ତି । ଗ୍ରାମ୍ୟ କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ସାହୁ,ସମ୍ପାଦକ ରିଶୋଲ ବିଶ୍ଵାଳ ,ମନ୍ଦିର କମିଟି ସଭାପତି ଶଶାଙ୍କ ଶେଖର ବିଶ୍ଵାଳ , ଉପଦେଷ୍ଟା ପଞ୍ଚାୟତ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ବିଶ୍ଵାଳ , ବିଜୟ କୁମାର ସାହୁ ,ହୃଷୀକେଶ ସାହୁ , ବଂଶୀଧର ନାୟକ , ଡାକ୍ତର ବିଶ୍ଵାଳ , ଈଶ୍ୱର ଚନ୍ଦ୍ର ନାୟକ ସମେତ ଗ୍ରାମର ସମସ୍ତ ଯୁବ ଗୋଷ୍ଠି, ଗ୍ରାମବାସୀ , ମନ୍ଦିର ପରିଚାଳନା କମିଟି ଓ ବୋଲବମ କମିଟିର ସଦସ୍ୟ ମାନଙ୍କ ସହଯୋଗ ଦେଖିବାକୁ ମିଳିଛି । ଏଥି ପାଇଁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ,ନାମ ସଙ୍କୀର୍ତ୍ତନ ସାଙ୍ଗକୁ ପୂଜାପାଠରେ ମନ୍ଦିର ପରିସର ସ୍ଵତନ୍ତ୍ର ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି ।( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ଆସନ୍ତାକାଲି ଚନ୍ଦ୍ରଗ୍ରହଣ, ୧୩ ଘଣ୍ଟା ଧରି ଆଖଣ୍ଡଳମଣୀଙ୍କ ସର୍ବସାଧାରଣ ଦର୍ଶନ ଓ ସେବାପୂଜା ବନ୍ଦ |
ମନ ମୋହୁଛି ଭାଗବତ ମନ୍ଦିର ପୀଠ: କେପିଟି ଗ୍ରାମରେ ହର୍ଷୋଲ୍ଲାସରେ ବାର୍ଷିକ ଉତ୍ସବ ପାଳିତ।
ଡ଼ମୋଳ ଗାଁରେ ମହା ଶିବରାତ୍ରୀ ଲାଗି କଳସ ଯାତ୍ରା