—ଆସାମର ଉଦଲଗୁଡ଼ି ଜିଲାରେ ରବିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିବା ସୂଚନା ମିଳିଛି। ଭୂକମ୍ପର ପ୍ରଭାବ ପଶ୍ଚିମବଙ୍ଗ ଏବଂ ଭୁଟାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି ମୃତାହତ ହୋଇଥିବା କିମ୍ବା କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ହେଲେ ଘରର ଆସବାବପତ୍ର ଦୋହଲିବା କାରଣରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ।
ଭୂକମ୍ପ ସମ୍ପର୍କରେ ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି (ଏନସିଏସ) ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି। ଉଦଲଗୁଡ଼ିରେ ଭୂପୃଷ୍ଠରୁ ୫ କିଲୋମିଟର ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିବା ଏନସିଏସ ପକ୍ଷରୁ କୁହାଯାଇଛି।

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |