ଭୁବନେଶ୍ୱର,୧୪।୯: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣାରେ ଜଣେ ମହିଳାଙ୍କୁ ତାଙ୍କ ବଏଫ୍ରେଣ୍ଡ ଓ ତାଙ୍କର ଦୁଇ ସାଙ୍ଗ ମିଶି ଏକ ଲଜ୍ରେ ବଳାତ୍କାର କରିଛନ୍ତି। ଅଭିଯୁକ୍ତମାନେ ହେଲେ ଚନ୍ଦନ କୁମାର ହାତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ (ଜଗତସିଂହପୁରର ବିରିଡ଼ା ଥାନା ଅଞ୍ଚଳ) ଓ ରାଜେଶ ଦାସ (ତୁମ୍ବା ଅଢ଼େଇ ଗଳି)।
ସୂଚନା ଅନୁଯାୟୀ, ଚନ୍ଦନ ଓ ପୀଡ଼ିତା ଅନଲାଇନ୍ରେ ପରିଚିତ ହୋଇ ବନ୍ଧୁତା ଗଢ଼ିଥିଲେ। ସେପ୍ଟେମ୍ବର ୧୦ରେ ଚନ୍ଦନ ଫଟୋଶୁଟ୍ କରିବାର ବାହାନାରେ ତାଙ୍କୁ ଏକ ଲଜକୁ ଡାକିଥିଲେ। ଲଜରେ ପହଞ୍ଚିବା ପରେ ଚନ୍ଦନ ତାଙ୍କ ସାଙ୍ଗମାନଙ୍କୁ ଫଟୋଶୁଟ୍ ଟିମ୍ର ସଦସ୍ୟ ବୋଲି ପରିଚୟ ଦେଇଥିଲେ। ସେମାନେ ମହିଳାଙ୍କୁ ନିଶାଯୁକ୍ତ କୋଲ୍ଡଡ୍ରିଙ୍କ ଦେଇଥିଲେ। ମହିଳା ଜଣଙ୍କ ଅଚେତ ହେବା ପରେ ଅଭିଯୁକ୍ତମାନେ ତାଙ୍କୁ ବଳାତ୍କାର କରିଥିଲେ। ଚେତା ଫେରିବା ପରେ ମହିଳା ଜଣଙ୍କ କୌଣସି ପ୍ରକାରେ ସେଠାରୁ ଖସି ପଳାଇଥିଲେ।
ପରଦିନ ସେ ତିନି ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ତିନିଜଣଙ୍କୁ ଗିରଫ କରିଛି।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…