ନୂଆଦିଲ୍ଲୀ,୧୪।୯: ଏମ୍ସ ଭୁବନେଶ୍ୱର ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନଆଇଆରଏଫ) ୨୦୨୫ ଅନୁଯାୟୀ ଭାରତର ଶ୍ରେଷ୍ଠ ୧୪ତମ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏହା ସହିତ ଏହା ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି, ଯାହା ଏକ ବିରଳ ସଫଳତା।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ଡକ୍ଟର ଅଶୁତୋଷ ବିଶ୍ୱାସ କହିଛନ୍ତି, ୨୦୨୧ରେ ୩୧ତମ ଓ ୨୦୨୪ରେ ୧୫ତମ ସ୍ଥାନରୁ ଏହି ଉନ୍ନତି ମେଡିକାଲ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗବେଷଣାରେ ଅନୁଷ୍ଠାନର ନିରନ୍ତର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି। ଅବସଂରଚନା ଉନ୍ନୟନ, ରୋଗୀ ସେବା, ଶିକ୍ଷା, ଗବେଷଣା ଓ ଅନୁଷ୍ଠାନର ପ୍ରତିଷ୍ଠା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ଏହି ସଫଳତାର ମୂଳ କାରଣ।
ଡକ୍ଟର ବିଶ୍ୱାସ କହିଛନ୍ତି, “ଏହି ସଫଳତା ଏମ୍ସ ଭୁବନେଶ୍ୱର ପରିବାରର ସାମୂହିକ କଠିନ ପରିଶ୍ରମ ଓ ନିଷ୍ଠାର ଫଳ। ଆମେ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା, ବିଶ୍ୱସ୍ତରୀୟ ଗବେଷଣା ଓ ଭାବି ମେଡିକାଲ ପ୍ରୋଫେସନାଲଙ୍କୁ ଗଢ଼ିବାରେ ପ୍ରତିବଦ୍ଧ ରହିବୁ।”

More Stories
ତହସିଲ୍ଦାରଙ୍କରାଜଧାନୀରେ୨କୋଠା୭_ପ୍ଲଟ୍ |
୫୪ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବ ମଣିଷ, ସାମ୍ନାକୁ ଆସିଲା ନାସାର ଆର୍ଟେମିସ୍-୨ ମିଶନର ଉତକ୍ଷେପଣ ତାରିଖ
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ |