ମାହାଙ୍ଗା ରେ ବିଭିନ୍ନ ଅଞ୍ଚଳରେ ବେଆଇନ ଭାବରେ ହଜାରହଜାର ଇଟା ଭାଟି ପ୍ରତିଦିନ ଜଳୁଛି,ଯାହା ଫଳରେ ମାର୍ଚ୍ଚମାସ ଆଧାହେଲାଣି ସୂର୍ଯ୍ୟ ଙ୍କ ପ୍ରଚଣ୍ଡ
କିରଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି, ଧୁଆଁ ରେ ବାୟୁ ମଣ୍ଡଳର
ପ୍ରଦୃଷଣ ହେଉଥିବାବେଳେ ପ୍ରଶାସନ ର
ନିଘା ନାହିଁ,ଏଠି ସାଧାରଣରେ ପ୍ରଶ୍ନ ଉଠିଛି ଯେତେବେଳେ ମାଙ୍କଡା ପଥର
ବୋଝେଇ ଟ୍ରକ, ଏବଂ ବେଆଇନ ମାଟି ଚାଲାଣ ଟ୍ରାକ୍ଟର କୁ ମାହାଙ୍ଗା ତହସିଲ
ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯାଇ ଗାଡ଼ି ଗୁଡ଼ିକୁ ଜବତ୍ କରାଯାଇ
ଥାନାକୁ ହସ୍ତାନ୍ତର କରାଯାଇଛି, ଗାଡ଼ି ମାଲିକ ଙ୍କ ମାନଙ୍କ ମାନଙ୍କୁ ମୋଟା ଅଙ୍କ ର ଫାଇନ କରାଯାଉଥିବା ସ୍ଥଳେ ବେଆଇନ ଇଟାଭାଟି ଉପରେ ଖଣି ବିଭାଗ ଏବଂ ମାହାଙ୍ଗା ତହସିଲ ଵିଭାଗ
ତରଫରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ,
ଏଠାରେ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଯେ ପ୍ରଶାସନ ଓ ଇଟାଭାଟି
ମାଲିକଙ୍କ ମଧ୍ୟରେ କିଛି ଭିତିରି ବୁଝାମଣା
ହୋଇଛିକି, ଯେତେବେଳେ ସାଲେପୁର ପ୍ରଶାସନ ପକ୍ଷରୁ ଇଟାଭାଟି ଗୁଡିକରେଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ମାହାଙ୍ଗା ରେ କେବେ ,ତେବେ ଦେଖିବାକୁ ବାକି ରହିଲା ତହସିଲ ପ୍ରଶାସନ ପକ୍ଷରୁ କେବେ ବେଆଇନ ଇଟାଭାଟି ଉପରେ
କେବେ ଆକ୍ସନ ହେଉଛି,

More Stories
ପାରିବାରିକ କଳହର କରୁଣ ପରିଣତି, ବୃଦ୍ଧଙ୍କୁ ହତ୍ୟା ।
ବିପଦରେ ଅଲିଭ୍ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…
ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି ।