ଓଡିଆ ଅସ୍ମିତା ସମ୍ମିଳନୀ-୨୦୨୩


ଶାରଳା ଭବନ,କଟକ ମାନନୀୟେଷୁ,ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଓ ବିଶ୍ବର ବିଭିନ୍ନ କୋଣରେ ଓଡ଼ିଶା ତଥା ଓଡିଆଙ୍କ ପାଇଁ ସମର୍ପିତ ସମସ୍ତ ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ |ଏ ଜାତିର ମହାନାୟକ କୁଳବୃଦ୍ଧ ମଧୁସୂଦନ ଦାସ ନିଜର ଅସମ୍ଭବ ନେତୃତ୍ବ ଓ ଅବିଶ୍ଵାସନୀୟ ଦୂରଦୃଷ୍ଟି ଦ୍ବାରା କେବଳ ଓଡିଆ ଜାତିର ପରିଚୟକୁ ପୁନଃ ପ୍ରତିଷ୍ଠା କରିବାରେ ସଫଳ ହୋଇନଥିଲେ ବରଂ ଓଡ଼ିଶାକୁ ସାରା ବିଶ୍ବରେ ଶ୍ରେଷ୍ଠ ଜାତି ଭାବରେ ପ୍ରତିପାଦିତ କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ| ଶିକ୍ଷା, ଶିଳ୍ପ, ସମାଜ ସଂସ୍କାର, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେଉଁ ପାଦ ଚିହ୍ନ ସେ ଛାଡି ଯାଇଛନ୍ତି ତାହା ଚିରଦିନ ପାଇଁ ଏଜାତିକୁ ଆଗକୁ ବଢିବାରେ ପ୍ରୋତ୍ସାହନର ଉତ୍ସ ହୋଇ ରହିଥିବ| ନାରୀ ଶିକ୍ଷା ତଥା ଓଡିଆଙ୍କର ସାମଗ୍ରିକ ବିକାଶ ଓ ଆର୍ଥିକ-ସାମାଜିକ ପ୍ରଗତି ପାଇଁ ସେ ଥିଲେ ଆଦ୍ୟ ବିଶ୍ଵକର୍ମା| ତାଙ୍କ ଦ୍ବାରା ଆହୁତ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟ କର୍ମଶାଳା *‘ଉତ୍କଳ ସମ୍ମିଳନୀ’ ର ୧୨୦ ତମ ବର୍ଷପୂର୍ତ୍ତି ଅବସରରେ ଆସନ୍ତା ଡ଼େସେମ୍ବର ୩୦ ଓ ୩୧ ତାରିଖରେ ଐତିହାସିକ କଟକ ସହରରେ ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ମାଟିମନସ୍କ ଓଡିଆ ଭାଇଭଉଣୀଙ୍କ ମିଳିତ ପ୍ରୟାସରେ ତାଙ୍କୁ ମନେପକାଇବା ପାଇଁ ଆୟୋଜିତ ହେବାକୁ ଯାଉଛି “ଓଡିଆ ଅସ୍ମିତା ସମ୍ମିଳନୀ” |ଏହି ମହାମିଳନ ପର୍ବ ସମ୍ମାନନୀୟ ଗଜପତି ମହାରାଜା ଶ୍ରୀଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ ୩୦ ଡିସେମ୍ବର ପୂର୍ବାହ୍ନ ୧୧.୩୦ ସମୟରେ କଟକ ସ୍ଥିତ ସାରଳା ଭବନରେ ଉଦ୍ଘାଟିତ ହେବ|ଏହି ସମ୍ମିଳନୀରେ ଉପସ୍ଥିତ ରହିବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟରତ ବିଶିଷ୍ଟ ଓଡିଆ ବ୍ଯକ୍ତିତ୍ବ, ରାଜନେତା, ଲେଖକ, ବୁଦ୍ଧିଜୀବୀ ତଥା ବିଭିନ୍ନ କ୍ଷେତ୍ରରେ ସଫଳ ଯୁବ ବ୍ଯକ୍ତିତ୍ବ |ଆପଣଙ୍କ ଉପସ୍ଥିତି ଓ ସହଯୋଗ ଜାତୀୟତା ମନ୍ତ୍ରରେ ଉଦବୃଦ୍ଧ ଏହି ପର୍ବକୁ ସଫଳ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରୁଛୁ |

● ସ୍ଥାନ: ସାରଳା ଭବନ, କଟକ ୩୦ ଓ ୩୧ ଡିସେମ୍ବର ୨୦୨୩ଆପଣଙ୍କ ଉପସ୍ଥିତି ଅପେକ୍ଷାରେDebendra Nath RoutConvenorOdia Asmita Sammilani+91-9350127370


error: Content is protected !!