ଏମିତି ଘଟଣା ଘଟିଛି ଚାନ୍ଦବାଲି ତହସିଲ ଅଧିନ ସାରଣା ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ l ଆର ଆଇ ତାପସ ରଞ୍ଜନ ଜେନା ଅଫିସରେ କାର୍ଯ୍ୟ କରୁଥିବା ସମୟରେ ଭୂଇଁବୃତ୍ତି ପଂଚାୟତ ଜଗନ୍ନାଥପୁର ଗ୍ରାମର ସୁବାସ ଦାସ ନାମକ ଜଣେ ଯୁବକ ଆର ଆଇ ଅଫିସକୁ ଯାଇ କିଛି ବେଆଇନ କାମ କରିବା ପାଇଁ କହିଥିଲେ l କିନ୍ତୁ ଆର ଆଇ ତାପସ ରଞ୍ଜନ ଜେନା ତାଙ୍କୁ ମନା କରିଦେବାରୁ ସୁବାସ ଦାସ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ଆର ଆଇ ତାପସ ରଞ୍ଜନ ଜେନା ଙ୍କ ଦେହ ଅସୁସ୍ଥ ହେବାରୁ ସେ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ନ୍ୟାୟ ପାଇଁ ଆର ଆଇ ଚାନ୍ଦବାଲି ଥାନାରେ ଓ ତହସିଲଦାର ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି l ଏହି ଘଟଣା ରେ ଚାନ୍ଦବାଲି ତହସିଲଦାର କହିଛନ୍ତି, ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତି ଉପରେ ଦୃଢ଼ କାର୍ଯନୁଷ୍ଠାନ ନିଆଯିବ

More Stories
ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ |