ଲାଞ୍ଜିଗଡ଼,୨୦/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମାଁ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟ ପରିସର ଠାରେ ଜନଗଣନା ୨୦୨୭ ପାଇଁ ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି | ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ କରି କମ୍ପ୍ୟୁଟରୀ କରଣ ତଥା ଡିଜିଟାଲ ମାଧ୍ୟମରେ ଜନଗଣନା କରାଯିବା ସହିତ ଅଭିଜ୍ଞତା ସମ୍ପନ୍ନ ଶିକ୍ଷକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ଜନଗଣନା ତାଲିମ ପ୍ରଦାନ କରାଯାଇଛି I ପ୍ରଥମ ପର୍ଯ୍ୟାୟ ୧୬ ଅପ୍ରେଲ ୨୦୨୬ରୁ ୧୫ ମଇ ୨୦୨୬ ଯାଏଁ ପ୍ରଥମେ ଗୃହ ଗଣନା କରାଯିବ | ଆସନ୍ତା ୨୦୨୭ ମସିହା ଫେବୃୟାରୀ ୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଜନଗଣନା ଚାଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଛନ୍ତି । ତେବେ ଲାଞ୍ଜିଗଡ଼ ବ୍ଲକ ୨୦୨୭ ଜନଗଣନା ପାଇଁ ବୁଧବାର ଠାରୁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଶିବିର ଶନିବାର ଠାରୁ ସୋମବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I ଲାଞ୍ଜିଗଡ଼ ତହସିଲଦାର ତଥା ଜନଗଣନା ଦାଇତ୍ୱରେ ଥିବା ଅଧିକାରୀ ବନମାଳୀ ମେହେର ଯୋଗଦେଇ ଶିବିରକୁ ଶୁଭାରମ୍ଭ କରି ଡିଜିଟାଲ ମୋଡରେ କିଭଳି ଜନଗଣନା କରିବେ ସମସ୍ତଙ୍କୁ ଅବଗତ କରିଛନ୍ତି। ଅତିରିକ୍ତ ତହସିଲଦାର ପ୍ରିୟବ୍ରତ ନାୟକ ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ଜନଗଣନା କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହକରି ସମସ୍ତେ ନିଜ ଦାୟିତ୍ବ ସମ୍ପନ୍ନ କରିବା ନେଇ ଗୁରୁତ୍ବାରୋପ କରିଥିଲେ | ତାଲିମ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧୂକାରୀ, ସୁଢଳ ଦେବ ମୁଣ୍ଡ ଓ ଭାରତ ଭୂଷଣ ସାହୁ ଅଂଶଗ୍ରହଣ କରିଥିବାବେଳେ ମାଷ୍ଟର ଟ୍ରେନର ଭାବେ ଲାଞ୍ଜିଗଡ ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଜୀବବିଜ୍ଞାନ ଅଧ୍ୟାପକ ସୁଦିପ ପରମାଣିକ, ଓଡ଼ିଆ ଅଧ୍ୟାପକ ରୋହିତ ଲୁହା, ଲାଞ୍ଜିଗଡ ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ସନ୍ତୋଷ ମେହେର, ବିଜ୍ଞାନ ଶିକ୍ଷକ ସୌମ୍ୟ ରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ | ଏଥିରେ ଲାଞ୍ଜିଗଡ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୦୦ ଜଣ ଶିକ୍ଷକଙ୍କୁ ପର୍ଯ୍ୟବେକ୍ଷକ ଏବଂ ଗଣକ ଭାବେ ଏହି ତାଲିମ ଶିବିରରେ ତାଲିମ ନେଇଥିଲେ I

More Stories
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି।
ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।
୬ ବିଜେଡ଼ି ବିଧାୟକ ନିଲମ୍ବନ।