ବ୍ରହ୍ମପୁର :-ଘରେ ପଶି ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଶୁରଙ୍ଗୀ ପଞ୍ଚାୟତର ଷୋଳଭାଗପେଣ୍ଠ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଜଣେ ଯୁବତୀଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଗ୍ରାମର କେ କଇରାଙ୍କ ସାନ ଝିଅ ଘରେ ଏକାକୀ ଥିବା ବେଳେ ଏହି ଘଟଣା ଘଟିଛି ।ଘର ଭିତରକୁ ଦୁବୃର୍ତ୍ତ ଯାଇ ଶରୀରର ପ୍ରାୟ କୋଡିଏ ରୁ ଉର୍ଦ୍ଧ ସ୍ଥାନରେ କାଟି କ୍ଷତ ବିକ୍ଷତ କରି ଫେରାର ହୋଇଯାଇଛି l ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ଏମ.କେ.ସି.ଜି କୁ ସ୍ଥାନାନ୍ତର କରାଯାଇଛି l ପୋଲିସ ତଦନ୍ତ ଆରମ୍ଭ କରିଥିବା ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜ଼ାଖୋଜ଼ି ଜାରି ରହିଛି । ଆକ୍ରମଣ କାରଣ ଜଣାପଡିନାହିଁ । ତଦନ୍ତ ପରେ ଘଟଣା ବିଷୟରେ ଜଣାପଡିବ ବୋଲି ପୋଲିସ କହିଛି l

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |