ମଧ୍ୟପ୍ରାଚ୍ୟରେ ସଂପ୍ରତି ଯୁଦ୍ଧ ଯୋଗୁଁ ଚାରିଆଡ଼େ ରନ୍ଧନ ଗ୍ୟାସ ସଂକଟ ସୃଷ୍ଟି ହେବାରେ ଲାଗିଲାଣି। ଏପରି ସ୍ଥିତିରେ ଲୋକମାନେ ଏବେ ଜାଳେଣି କାଠ ଉପରେ ଅଧିକ ନିର୍ଭର କରିବା ଆରମ୍ଭ କରିଛନ୍ତି। କାଠଚୂଲିରେ ରୋଷେଇ ପାଇଁ ଏବେ ପର୍ଯ୍ୟାପ୍ତ ପରିମାଣର କାଠ ଆବଶ୍ୟକ ପଡୁ ଥିବା ବେଳେ ଜାଳେଣି କାଠର ଚୋରା ଚାଲାଣ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି।
ବିଭିନ୍ନ ସ୍ଥାନରୁ ବେପାରୀ ମାନେ ଏହି ଜାଳେଣି କାଠ ସଂଗ୍ରହ କରି ବିକ୍ରି କରୁଥିବା ଅଭିଯୋଗ ହେଉଛି। ତେବେ ଚାଲାଣ ପାଇଁ ଅନୁମତି ନଥାଇ ଜାଳେଣି କାଠ ଚୋରାଚାଲାଣ ବେଳେ ଶନିବାର ଆଠଗଡ଼ ସହର ନିକଟସ୍ଥ ରାଧାଗୋବିନ୍ଦପୁର ଛକ ନିକଟରେ ଗୋଟିଏ ଟ୍ରାକ୍ଟର ଆଠଗଡ଼ ବନାଞ୍ଚଳ ପକ୍ଷରୁ ଜବତ କରାଯାଇଛି। ଉକ୍ତ ଟ୍ରାକ୍ଟରରେ ପ୍ରାୟ ୧୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଜାଳେଣି କାଠ କଟକ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁଧାଂଶୁମୋହନପୁରରୁ ଛୋଟ ଛୋଟ ଖଣ୍ଡରେ କଟାଯାଇଥିବା ଏହି ଜାଳେଣି କାଠ ଚାଲାଣ କରାଯାଉଥିବା ବେଳେ ଜବତ ହୋଇଛି।
ଏହି ଚଢାଉରେ ଆଠଗଡ଼ ସଦର ବନପାଳ ଆଶିଷ କୁମାର ନାଏକ, ବନରକ୍ଷୀ ପ୍ରଶାନ୍ତ କୁମାର ବେହେରା, ପ୍ରିୟମ୍ବଦା ମହାନ୍ତିଙ୍କ ସହିତ ଅନ୍ଯ କର୍ମଚାରୀ ମାନେ ସାମିଲ ଥିଲେ।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |