ଭୁବନେଶ୍ୱର, ୨୩/୦୩ : ପୁରୀରେ ଆଜି ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ ହେଉଛି। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଏଥିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ମନ୍ତ୍ରୀ ଜଗନ୍ନଥଙ୍କୁ ଦର୍ଶନ କରି ଶୁଭ ମନାସିଛନ୍ତି। ଗଣତି ମଣତି ସୁରୁଖୁରୁରେ ଶେଷ କରିବା ନେଇ ମହାପ୍ରଭୁଙ୍କ ଆଶିର୍ବାଦ ଲୋଡ଼ିଛନ୍ତି। ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ।ଆଜିର ଏହି ସମୀକ୍ଷା ବୈଠକରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ, ଏସ୍ପିଙ୍କ ସମେତ ଗଣତି ମଣତି ସହ ଜଡ଼ିତ ବ୍ୟକ୍ତିବିଶେଷ ପ୍ରମୁଖ ମଧ୍ୟ ସାମିଲ ହୋଇଛନ୍ତି। ୨୫ ତାରିଖ ଶୁଭ ବେଳାରୁ ଆରମ୍ଭ ହେବ ରତ୍ନଭଣ୍ଡାରର ଗଣତି ମଣତି।୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ତିଥି ମଧ୍ୟାହ୍ନ ୧୨ଟା ୦୯ ରୁ ଦିନ ଗୋଟାଏ ୪୫ ମଧ୍ୟରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ। ଏହି ପ୍ରକ୍ରିୟାର ଭିଡ଼ିଓଗ୍ରାଫି,ଫଟୋଗ୍ରାଫି ଓ 3D ମ୍ୟାପିଂ କରାଯିବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି ହେବ।
୧୯୭୮ ମସିହାର ଗଣତି ମଣତି ପୂର୍ଣ୍ଣାଙ୍ଗ ତାଲିକା ସହ ଏହାର ମେଳ କରାଯିବ। ଗଣତିମଣତି ସମୟରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି ହେବ, ଯାହା ୧୯୭୮ ମସିହାର ଗଣତି ସହ ମେଳ କରାଯିବ। ପାରମ୍ପରିକ ବସ୍ତ୍ର ପିନ୍ଧି ଭକ୍ତମାନେ ଗଣତିମଣତି ଦର୍ଶନ କରିବେ। ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତିମଣତି ପାଇଁ ସୁପରଭାଇଜିଂ ଟିମ୍ ଓ ହାଣ୍ଡଲିଂ ଟିମ୍ ଦୁଇଟି ଟିମ୍ ଗଠିତ ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚାବି ଖୋଲି ଗଣତି ଆରମ୍ଭ ହେବ ଏବଂ ପରେ ସୁରକ୍ଷିତ ଭାବେ ବନ୍ଦ କରାଯିବ। ଏହି ଗଣତିମଣତି ରତ୍ନଭଣ୍ଡାରର ସଂରକ୍ଷିତ ଧନ-ଓ-ଅଳଙ୍କାର ପ୍ରମାଣିକ ତଥ୍ୟ ଦେଇ ଭକ୍ତମାନେ ସମ୍ପୂର୍ଣ୍ଣ ନିରାପଦ ଭାବରେ ଦର୍ଶନ କରିପାରିବେ।

More Stories
ସୁବର୍ଣ୍ଣରେଖା ନଦୀରୁ ମିଳିଲା ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟର ବୋମା |
ଗହଣା ପ୍ରେମୀଙ୍କ ପାଇଁ ଖୁସି ଖବର: ୫ ହଜାର ଖସିଲା ସୁନା
ଗ୍ରାମ ରେ ବିଶ୍ଵପଖାଳ ଦିବସ ପାଳିତ |