ରାୟଗଡ଼ା ଉପକଣ୍ଠ ସିରିଗୁଡାସ୍ଥିତ ଆବାସିକ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଘଟଣାରେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାତ୍ରଙ୍କୁ କେଶ୍ ନମ୍ବର ୪୫୪/୨୬ ଦଫା ୭୫ବିଏନଏସ/୧୦ପୋସ୍କୋ/୩(୨)(ଭିଏ) ଏସସି ଏସଟି ଅଟୋସିଟିରେ ଶନିବାର କୋର୍ଟ ଚାଲାଣ କରିଛି ପୁଲିସ।ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ଏକ ବର୍ଷ ଧରି ଅଧ୍ୟକ୍ଷ ଛାତ୍ରୀଜଣଙ୍କୁ ବିଭିନ୍ନ ସମୟରେ ନିଜ କ୍ୱାର୍ଟର୍ସ ଓ ଚାମ୍ବରକୁ ଡାକୁଥିଲେ। କ୍ୱାର୍ଟର୍ସରେ ସିସିଟିଭି କ୍ୟାମେରା ବନ୍ଦ କରି ତାଙ୍କୁ ଆଲିଙ୍ଗନ କରୁଥିଲେ। ଏ ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେବା ସହ ପାଠପଢ଼ା ପାଇଁ ଆର୍ଥିକ ସହାୟତା, ଭବିଷ୍ୟତରେ ଚାକିରି ଏବଂ ମୋବାଇଲ ଫୋନ୍ ଦେବାର ପ୍ରଲୋଭନ ଦେଖାଉଥିବା ମଧ୍ୟ ଏତଲାରେ ଦର୍ଶାଯାଇଥିଲ। ଦୀର୍ଘଦିନ ଧରି ଭୟ ଓ ମାନସିକ ଚାପରେ ରହିବା ପରେ ଗତ ୨୪ ତାରିଖରେ ଛାତ୍ରୀ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ପରେ ବାପା ତାଙ୍କୁ ବିଦ୍ୟାଳୟରୁ ଘରକୁ ନେଇ ଆସିଥିଲେ। ପୁଲିସ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ପୋକ୍ସୋ ଅଦାଲତରେ ତାଙ୍କ ବୟାନ ରେକର୍ଡ କରିଥିଲା।
