ଜୟ ଜଗନ୍ନାଥ ଅର୍ପଣ ରଥ


ରାୟଗଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ “ଜୟ ଜଗନ୍ନାଥ ଅର୍ପଣ ରଥ”ଜୟ ଜଗନ୍ନାଥ ଦ୍ୱନୀରେ ପ୍ରକମ୍ପିତ l ଜନସାଧାରଣଙ୍କ ଭବ୍ୟ ସ୍ୱାଗତର ସହିତ ଚାଉଳ ଗୁଆ ପ୍ରଦାନ କଲେ lସାମିଲ ହେଲେ ମାନ୍ୟବର ମନ୍ତ୍ରୀ, ବିଧାୟକ, ଜନପ୍ରତିନିଧି, ମନ୍ୟଗଣ୍ୟ ବ୍ୟକ୍ତି lରାୟଗଡା ଜିଲ୍ଲା ପୁରୀ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖ ଦିନ ଲୋକାର୍ପଣ ହେବ । ଶ୍ରୀ ଜଗନ୍ନାଥ ଚେତନା ଜାଗ୍ରତ ଓ ପରିକ୍ରମା ପ୍ରକଳ୍ପର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାୟଗଡା ଜିଲାର l କଲାନାରା ବ୍ଲକ କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ, ସଂଖ୍ୟା ଲଘୁ ଓ ପଛୁଆ ବର୍ଗ ବିକାଶ, ଆଇନ ବିଭାଗ, ସୁଧୀର ଦାସ, ଉପଦେଷ୍ଠା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯାଜନl, ଜିଲ୍ଲାପରିଷଦ ଅଧ୍ୟକ୍ଷା, ସୁଶ୍ରୀ ସରସ୍ବତୀ ମାଝୀ,ଅଧ୍ୟକ୍ଷ ପଂଚାୟତ ସମିତି, ପଂଚାୟତ ପ୍ରତିନିଧି ପ୍ରମୁଖ ଯୋଗଦାନ କରି ପତାକା ଦେଖାଇ ଶୁଭରମ୍ବ କରିଥିଲେ l କଲାନାରା ବ୍ଲକର ୫ଟି ରଥ ବୁଲି ଭବ୍ୟ ପରିବେଶ ମଧ୍ୟରେ ଚାଉଳ ଗୁଆ ସଂଗ୍ରହ କରିବ l ରାୟଗଡା ବ୍ଲକରେ ଅଧ୍ୟକ୍ଷା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅନୁସୂୟା ମାଝୀ, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଅନ୍ୟାନ୍ୟ ଜନପ୍ରତିନିଧି, କର୍ମଚାରୀ, ବିଡ଼ିଓ ଅମୁଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ରଥ ଉଦଘାଟନ କରିଥିଲେ l ରାୟଗଡା ବ୍ଲକର ୪ଟି ରଥ ପରିକ୍ରମା କରୁଛି ଓ ଏହା ଭବ୍ୟ ପରିବେଶ ସୃଷ୍ଟି କରୁଛି l ଗୁଣୁପୁର ବ୍ଲକରେ ମାନ୍ୟବର ବିଧାୟକ ରଘୁନାଥ ଗମାଙ୍ଗ ଓ ଅନ୍ୟାନ୍ୟ ଜନପ୍ରତିନିଧି ମନେ ଯୋଗଦେଇ ରଥ ଶୁଭାରମ୍ଭ କରିଥଲେ l ଏହା ସହିତ ଜିଲାର ଗୁଡାରି, ଵିଷମ କଟକ, ମୁନିଗୁଡା, ରାମନାଗୁଡ଼ା, ପଦ୍ମପୁର ଓ କାଶୀପୁର, କଲ୍ୟାଣ ସିଂପୁର ବ୍ଲକରେ ଆଜି ଭାବ୍ୟରଥ ପରିକ୍ରମା କରିଥିଲା।


error: Content is protected !!