ତେଲଙ୍ଗାନାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ଧରାପଡ଼ିଛି। ଅଭିଯୁକ୍ତ ମହେନ୍ଦର ତାଙ୍କ ପତ୍ନୀଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ମୁସୀ ନଦୀରେ ଫିଙ୍ଗି ଦେଇଥିଲେ, କିନ୍ତୁ ତାଙ୍କ ଘରେ ମୃତଦେହର ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଛି। ମୃତା ସ୍ୱାତୀ (୨୧) ପାଞ୍ଚ ମାସର ଗର୍ଭବତୀ ଥିଲେ।
ମୃତ ମହିଳାଙ୍କ ଅଭିଯୁକ୍ତ ସ୍ୱାମୀଙ୍କ ନାମ ମହେନ୍ଦ୍ର ରେଡ୍ଡି । ପୋଲିସ ତାଙ୍କୁ ହେପାଜତକୁ ନେଇଛି । ସ୍ୱାତୀ ଓରଫ ଜ୍ୟୋତି ମହେନ୍ଦ୍ର ରେଡ୍ଡିଙ୍କ ସହିତ ବିବାହ କରିଥିଲେ । ଉଭୟ ମେଡିପାଲିର ବୋଡୁପ୍ପାଲରେ ଏକ ଭଡ଼ା ଘରେ ରହୁଥିଲେ । ଦମ୍ପତି ଗୋଟିଏ ମାସ ପୂର୍ବରୁ ବୋଡୁପ୍ପାଲ ଆସିଥିଲେ ।
ପୋଲିସ କହିଛି, ଶନିବାର ଅପରାହ୍ନ ପ୍ରାୟ ୪:୩୦ରେ ରାଇଡ ହେଲିଂ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିବା ମହେନ୍ଦ୍ର ସ୍ୱାତୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି କିଛି ଅଂଶ ଫିଙ୍ଗି ଦେଇଥିଲେ। ପରେ ସେ ତାଙ୍କ ଭଉଣୀକୁ ଫୋନ କରି ପତ୍ନୀ ନିଖୋଜ ଥିବା କହିଥିଲେ। ସନ୍ଦେହ ହେବାରୁ ଭଉଣୀ ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ, ଯିଏ ମହେନ୍ଦ୍ରଙ୍କୁ ଥାନାକୁ ନେଇଥିଲେ। ଥାନାରେ ମହେନ୍ଦର ପ୍ରଥମେ ପତ୍ନୀ ନିଖୋଜ ବୋଲି ଦାବି କରିଥିଲେ, କିନ୍ତୁ ଜେରା ବେଳେ ହତ୍ୟାର କଥା ସ୍ୱୀକାର କରିଥିଲେ।ସ୍ୱାତୀଙ୍କ ବାପା କହିଛନ୍ତି, ତାଙ୍କ ଓ ଜ୍ୱାଇଁଙ୍କ ମଧ୍ୟରେ କିଛି ମତଭେଦ ଥିଲା, ଯେଉଁଥିପାଇଁ ସେମାନେ କଥାବାର୍ତ୍ତା ବନ୍ଦ କରିଥିଲେ। ସେ କହିଛନ୍ତି, “ମୋ ଝିଅ କହୁଥିଲା ସେମାନେ ଭଲ ଅଛନ୍ତି, କିନ୍ତୁ ସେ ତାକୁ ନିରନ୍ତର ନିର୍ଯାତନା ଦେଉଥିଲା।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”