ରାଉରକେଲା: ରାଉରକେଲା ପୁଲିସ ଏକ ବଡ଼ଧରଣର ଡକାୟତି ଯୋଜନା ପଣ୍ଡ କରିଛି। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରୋହିତ ସିଂହ (୨୨), ଅଭୟ ଚୌଧୁରୀ (୨୬), ଶମ୍ଭୁ ରାମ (୨୪), ଏସ୍.କେ ତାଜ୍ (୧୯) ଓ ନୀତେଶ କୁମାର ସାହୁ (୨୦)।
ପ୍ଲାଣ୍ଟସାଇଟ୍ ଥାନା ପୁଲିସ କହିଛି, ଶନିବାର-ରବିବାର ମଧ୍ୟରାତ୍ରୀରେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, ସ୍ବାମିଲ ଅଞ୍ଚଳସ୍ଥିତ କଂଗ୍ରେସ ଭବନ ପଛପଟରେ ଡକାୟତମାନେ ଡକାୟତି ପାଇଁ ଉଦ୍ୟମ କରୁଛନ୍ତି। ଏହି ସୂଚନା ଆଧାରରେ ଏସ୍ଆଇ ବି.ବି ଖଟେଇଙ୍କ ନେତୃତ୍ବରେ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲେ।
ଚଢ଼ଉ ସମୟରେ ପୁଲିସ ଟିମ୍କୁ ଘଟଣାସ୍ଥଳରୁ ଭୁଜାଲି, ଛୁରୀ, ଲୁହାରଡ ମିଳିଥିଲା। ଏହି ମାରଣାସ୍ତ୍ର ସହାୟତାରେ ଡକାୟତମାନେ ସମ୍ଭବତଃ ନିକଟସ୍ଥ ଘର, ଦୋକାନ, ପେଟ୍ରୋଲପମ୍ପରୁ ଡକାୟତି କରିଥାନ୍ତେ। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କର ଘର ରାଉରକେଲା ଭିତରେ ହୋଇଥିବା ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି।

More Stories
ନାବାଳିକା ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ |
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଝାରସୁଗୁଡ଼ା ଜମି ଦୁର୍ନୀତି କାଣ୍ଡ: ଡିଏସଆରଙ୍କ ଭୂମିକାକୁ ନେଇ ବଢ଼ୁଛି ସନ୍ଦେହ, ବିସ୍ତୃତ ତଦନ୍ତ ଆରମ୍ଭ |