ଭୁବନେଶ୍ୱର, ୧୦/୦୪: ଓଡ଼ିଶାର ଦୁର୍ଗମ ଓ ବନାଞ୍ଚଳରେ ବସୁଥିବା ବେରୋଜଗାର ଯୁବମାନଙ୍କ ପାଇଁ ଦକ୍ଷତା ବିକାଶ ତାଲିମ୍ କାର୍ଯ୍ୟକ୍ରମ ସଫଳତା ଆଣିଛି। ବଲାଙ୍ଗିର ଜିଲ୍ଲାର ବନ୍ଧପଡ଼ା ବନଖଣ୍ଡର ୨୮ ଜଣ ଯୁବକ ଏହି ପ୍ରଶିକ୍ଷଣ ଗ୍ରହଣ କରି ସଫଳତାର ସହ କୋର୍ସ ଶେଷ କରିଛନ୍ତି।
ଏହାମଧ୍ୟରୁ ୧୯ ଜଣଙ୍କୁ କର୍ଣ୍ଣାଟକର ହୋସୁରରେ ଅବସ୍ଥିତ ପ୍ରସିଦ୍ଧ ଟିଭିଏସ ମୋଟର୍ସ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ ଚାକିରି ମିଳିଛି। ଅନ୍ୟ ୯ ଜଣଙ୍କୁ ସ୍ଥାନୀୟ ସଂସ୍ଥାରେ ନିଯୁକ୍ତି ସୁଯୋଗ ମିଳୁଛି। ୨ ମାସିଆ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ ତାଲିମ ପରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (OSDA) ଓ ବନ ବିଭାଗ (କେନ୍ଦୁପତ୍ର)ର ମିଳିତ ପ୍ରୟାସରେ ଆରମ୍ଭ ହୋଇଛି। ୨୦୨୬ ଜାନୁଆରୀ ୧୨ରେ ବଲାଙ୍ଗିରର ଭୁତିଆରବାହାଲରେ ଏହି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପିତ ହୋଇଥିଲା।
ଗ୍ରାମୀଣ ଓ ଜଙ୍ଗଲ ଅଞ୍ଚଳର ଯୁବମାନଙ୍କୁ ଦକ୍ଷ କରି ରୋଜଗାରକ୍ଷମ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ପ୍ରଶିକ୍ଷଣ ପରେ ଚାକିରି ମିଳିଥିବାରୁ ଯୁବମାନଙ୍କ ପରିବାରରେ ଖୁସିର ଲହରୀ ଦେଖାଯାଇଛି।
ଏହି ପଦକ୍ଷେପ ଦ୍ୱାରା ଗରିବ ଓ କେନ୍ଦୁପତ୍ର ଶ୍ରମିକ ପରିବାରର ଯୁବମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି।

More Stories
ଲାଞ୍ଚ ମାଗି ସିବିଆଇ ହାତରେ ଧରାପଡି଼ଲେ ଆୟକର ଅଫିସର
ହିଟ୍ ୱେଭ୍: ୬ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ସାଂସଦ ଭାବେ ଶପଥ ନେଲେ ନୀତିଶ |