ହାଇଦ୍ରାବାଦ, ୧୦/୦୪: ତେଲେଙ୍ଗାନାର ହାଇଦ୍ରାବାଦରେ ଆୟୋଜିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସ ଦଳ ଉଲ୍ଲେଖନୀୟ ସଫଳତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ବିତ କରିଛି। ମହିଳା ଦଳ ଦୃଢ଼ ପ୍ରଦର୍ଶନ କରି ଉପବିଜେତା ହୋଇଥିବା ବେଳେ ପୁରୁଷ ଦଳ ଚତୁର୍ଥ ସ୍ଥାନ ହାସଲ କରିଛି।
ଭୁବନେଶ୍ୱରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଖେଳାଳିମାନେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କୁ ସାକ୍ଷାତ କରିଥିଲେ। ଡିଜିପି ସମସ୍ତ କ୍ରୀଡ଼ାବିତଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର କ୍ରୀଡ଼ା କୌଶଳ ଓ ନିଷ୍ଠାକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ସଫଳତା ରାଜ୍ୟର ଯୁବମାନଙ୍କୁ କ୍ରୀଡ଼ା ପ୍ରତି ଆକର୍ଷିତ କରିବ।
ମହିଳା ବର୍ଗରେ ପ୍ୟାରୀ ଖାଖା ୦୭ଟି ଗୋଲ୍ କରି ‘ଗୋଲଡେନ୍ ବୁଟ୍’ ଜିତିଥିବା ବେଳେ, ପୁରୁଷ ବର୍ଗରେ ବିଜୟ ବେହେରା ୦୮ଟି ଗୋଲ୍ ସହ ଏହି ସମ୍ମାନ ଅର୍ଜନ କରିଛନ୍ତି। ଦୁଇଝଣ ଖେଳାଳିଙ୍କ ଏହି କୃତିତ୍ୱ ଓଡ଼ିଶା ପୋଲିସ ପାଇଁ ଗୌରବର ବିଷୟ ହୋଇଛି।
ଏହି କାର୍ଯ୍ୟକ୍ରମରେ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଓ ସଞ୍ଜୟ କୁମାର ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। କ୍ରୀଡ଼ାବିତମାନଙ୍କ ଏହି ସଫଳତା ଭବିଷ୍ୟତରେ ଆହୁରି ଉତ୍ସାହ ଦେବ ବୋଲି ମତ ପ୍ରକାଶ ପାଇଛି।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ