ସର୍ବ ଭାରତୀୟ ବୋରାସମ୍ବର୍ କ୍ରିକେଟ୍ କପ୍ ଟୁରନାମେଣ୍ଟ ଉଦ୍ଘାଟିତ


ବରଗଡ଼:(ଫକୀର ରଣା):- ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ରାଜ୍ ବୋରାସମ୍ବର ଖେଳ ପଡିଆ ଠାରେ ପ୍ରତିବର୍ଷ ଭଳି ବୋରା ସମ୍ବର ସ୍ପୋରଟିଂ ତରଫରୁ ସର୍ବ ଭାରତୀୟ ବୋରା ସମ୍ବର କ୍ରିକେଟ ଖେଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । ଚଳିତ ବର୍ଷ ଏହା ୨୮ ତମ ଖେଳ ପ୍ରତିଯୋଗିତା ହୋଇଥିବା ବେଳେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନୀତ ଅତିଥି ଭାବେ ରାଜ ବୋରା ସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଝାର ବନ୍ଦ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ, ପାଇକମାଳ ବ୍ଲକ ଅଧ୍ୟକ୍ଷା ଭାବନା ସିଂ ତଥା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସାବିତ୍ରୀ ବାଗ ଯୋଗ ଦେଇଥିଲେ । ଖେଳ ପ୍ରତିଯୋଗିତା ର ପ୍ରଥମ ମେଚ ରେ ବୋରା ସମ୍ବର ସ୍ପୋର୍ଟ ଇଙ୍ଗ ଓ ଆର୍ ୱାଈ ସି ସି ରାଉର୍ କେଳା ମଧ୍ୟରେ ମେଚ୍ ଆରମ୍ଭ ହୋଇଥିଲା । ରାଉରକେଲା ଦଳ ପ୍ରଥମେ ଟସ୍ ଜିଣି ନିର୍ଦ୍ଧାରିତ ୨୫ ଓଭର ରେ ୪ ୱିକେଟ ବିନିମୟ ରେ ୨୨୨ ରନ୍ ସଂଗ୍ରହ କରି ଥିଲେ ତଥା ଦଳ ପକ୍ଷରୁ ଅଙ୍କିତ ସିଂ ୯୯ ରନ୍ ରଖିଥିଲେ । ତାର ଜବାବ୍ ରେ ବୋରା ସମ୍ବର ସ୍ପୋର୍ ଟିଂ ଦଳ ୨୫ ଓଭର ରେ ୭ ୱିକେଟ ବିନିମୟ ମାତ୍ର ୧୪୫ କରି ପାରିବା ଫଳରେ ୭୭ ରନ୍ ରେ ରାଉରକଲା ଦଳ ବିଜୟୀ ହୋଇଥିଲେ । ଏହା ଆଗାମୀ ଜାନୁଆରୀ ୨୧ ରେ ଖେଳର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଭିତରୁ ତଥା ବାହାରୁ ମୋଟ ୧୦ ଟି ଦଳ ଯୋଗ ଦେଉଛନ୍ତି । ଚଳିତ ଟୁର୍ଣା ମେଣ୍ଟ ବିଜେତା ଦଳ କୁ ୭୦ ହଜାର ନଗଦ ଅର୍ଥ ରାଶି ସହ ବୋରା ସମ୍ବର ଟ୍ରଫି ଏବଂ ଉପ ବିଜେତା ଙ୍କୁ ୪୦ ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯିବାକୁ ବୋରା ସମ୍ବର ସ୍ପୋ ଟିଙ୍ଗ୍ ତରଫରୁ ଘୋଷଣା କରାଯାଇଛି । ପ୍ରଥମ ଦିନର ମ୍ୟାଚ୍ ପାଇଁ ଆମ୍ପାୟାର ଭାବେ ଅନୀଲ ଦାସ ଓ ଚୂଡା ମଣି ପାଢ଼ୀ ପରିଚାଳନା କରିଥିବା ବେଳେ ସ୍କୋର୍ ରେ ରୀଙ୍କୁ ବେହେରା, ଅମରେଶ ବେହେରା, ଦିବ୍ୟ ପଣ୍ଡା, କୁମାର ଆନନ୍ଦ, ଏସ୍ ଜୟକିସନ, ଏବଂ ରୋହିଣୀ ପାଣ୍ଡେ ଆଦି ଧାରା ବିବରଣୀ ରଖିଥିଲେ ।


error: Content is protected !!