ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ପୀଠ ଶ୍ରୀକ୍ଷେତ୍ର ପୁରୀଓଡିଶା


ଆଦି ଶଙ୍କରାଚାର୍ଯ୍ୟ ଚାରିଧାମରେ ଚାରି ମଠ ସ୍ଥାପନ କରିଥିଲେ l ସେଗୁଡିକ ହେଲା ପୁରୀ, ବଦ୍ରୀନାଥ, ଦ୍ଵାରକା ଓ କାଞ୍ଚି କାମକୋଟୀ lଏହି ଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠ ପୀଠରେ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ, ଗୋବର୍ଦ୍ଧନ ଧାରୀ କୃଷ୍ଣ, ଅର୍ଦ୍ଧ ନାରୀଶ୍ୱର, ଶ୍ରୀ ଜଗନ୍ନାଥ, ମା ବିମଳାମ୍ବl, ପ୍ରଭୃତି ଙ୍କର ମନ୍ଦିର ଓ ବିଗ୍ରହ ରହିଛି l ମଠ ର ଶଙ୍କରାଚାର୍ଯ୍ୟ ହେଉଛନ୍ତି ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସ୍ଥାୟୀ ସଭାପତି l ତାଙ୍କ ମାର୍ଗ ଦର୍ଶନରେ ଜଗନ୍ନାଥ ମନ୍ଦିର ର ସମସ୍ତ ନୀତି କାନ୍ତି ଚାଲେ l କୌଣସି ଆଧ୍ୟାତ୍ମିକ ବିଷୟରେ ଦ୍ୱନ୍ଦ୍ୱ ଉପୁଜିଲେ ଶଙ୍କରାଚାର୍ଯ୍ୟ ଙ୍କର ସିଦ୍ଧାନ୍ତ ସର୍ବମାନ୍ୟ lଗୋବର୍ଦ୍ଧନ ମଠ ଭିତରେ ଆଦି ଶଙ୍କରାଚାର୍ଯ୍ୟ ଙ୍କ ସମୟରୁ ଏକ ଦାମୋଦର କୂପ ଅଛି ଯାହା ସମୁଦ୍ର ସନ୍ନିକଟ ହେଲେ ମଧ୍ୟ ମଧୁର ଜଳପୂର୍ଣ୍ଣ lମଠ ଦ୍ୱାରା ପରିଚାଳିତ ଗୋବର୍ଦ୍ଧନ ଗୋଶାଳା ରେ ବିଭିନ୍ନ ପ୍ରକାର ଦେଶୀ ଗାଈ ଙ୍କୁ ଲାଳନ ପାଳନ କରାଯାଏ lଜୟ ଭଗବାନ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ ।


error: Content is protected !!