ଭୁବନେଶ୍ୱର, ୧୦/୦୪: ଭାରତୀୟ ପାଣିପାଗ ବିଭାଗ (IMD) ଆଗାମୀ ଛଅ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତାକାଲିଠାରୁ ସର୍ବାଧିକ ଦିନର ତାପମାତ୍ରା ବୃଦ୍ଧି ପାଇବ ଏବଂ ରାଜ୍ୟର ଅନେକ ସ୍ଥାନରେ ଏହା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବ।
ଏପ୍ରିଲ ୧୧ ଏବଂ ୧୨ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ ୱେଭ ହେବାର ସମ୍ଭାବନା ରହିଛି।ଏପ୍ରିଲ ୧୩ ଏବଂ ୧୪ରେ ବଲାଙ୍ଗୀର, ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ୱେଭ୍ ସ୍ଥିତି ଜାରି ରହିବାର ସମ୍ଭାବନା ଅଧିକ। ଏହା ବ୍ୟତୀତ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ଆଶଙ୍କା କରାଯାଉଛି।
ଏପ୍ରିଲ୍ ୧୫ ଓ ୧୬ ରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଏବଂ ଗଞ୍ଜାମ ଭଳି ୧୧ ଟି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ହେବ ବୋଲି ଅନୁମାନ କରାଯାଉଛି।
ବିଶେଷକରି ଦିନରେ ତାପମାତ୍ରା ଅଧିକ ରହିବ। ତେଣୁ ସତର୍କ ରହିବାକୁ ଆଇଏମଡି ପରାମର୍ଶ ଦେଇଛି। ବାହାରେ କାର୍ଯ୍ୟ କରୁଥିବା ଚାଷୀ ଓ ଶ୍ରମିକ ମାନଙ୍କୁ ଖରା ସମୟରେ କାମ ନ କରିବାକୁ ପରାମର୍ଶ ଦିଆଯାଇଛି।

More Stories
ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଏଲ୍ଓମାନଙ୍କର ‘ଏସଆଇଆର’ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଫାଲ୍ଟାରେ ହିନ୍ଦୁ ଜନସଂଖ୍ୟା ୬୫ପ୍ରତିଶତ, ତେବେ ୭୧ପ୍ରତିଶତ ଭୋଟ ପାଇ ବିଜେପିର ପଣ୍ଡା କେମିତି ଜିତିଲେ .
ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ