ସୋର, ୧୦/୦୪: ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ରେ ଲିପ୍ଟ ମାଗି ଯିବା ହେଲା କାଳ। ହମ୍ପ୍ସରେ ଟ୍ରକ୍ ବ୍ରେକ୍ ମାରିବାରୁ ଲୁହା ପ୍ଲେଟ୍ରେ ଚାପି ହୋଇ ମା’ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଭୟଙ୍କର ଅଘଟଣ ଘଟିଛି ସିମୁଳିଆ ଜାତୀୟ ରାଜପଥରେ।ଶ୍ୟାମସୁନ୍ଦରପୁରର ଗୋଟିଏ ପରିବାର ପାରାଦୀପରେ କାମ କରି ଫେରୁଥିଲେ। ଚଣ୍ଡିଖୋଲରୁ ଲିଫ୍ଟ ମାଗି ଏକ ଟ୍ରକର ଡାଲାରେ ବସି ଫେରୁଥିବା ବେଳେ ସିମୁଳିଆ ଥାନା ନିକଟରେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା। ହମ୍ପସରେ ଟ୍ରକଟି ବ୍ରେକ ମାରିଦେବାରୁ ଟ୍ରକରେ ଥିବା ଲୁହା ପ୍ଲେଟ ସେମାନଙ୍କ ଉପରେ ପଡିଯାଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପରିବାରର ୭ ଜଣ ସଦସ୍ୟ କାମସାରି ଫେରୁଥିବା ସୂଚନା ମିଳିଛି।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |