ନୂଆବଜାର ଲେପର୍ସ ହସ୍ପିଟାଲରେ ୩୦୦ରୁ ଉର୍ଦ୍ଧ୍ବ ରୋଗୀ ଆଜି ଖାଇବାକୁ ନ ପାଇ ଖାଡା ଉପାସ


ନୂଆବଜାର ଲେପର୍ସ ହସ୍ପିଟାଲରେ ୩୦୦ ରୁ ଉର୍ଦ୍ଧ୍ବ ରୋଗୀ ଆଜି ଖାଇବାକୁ ନ ପାଇ ଖାଡା ଉପାସ । ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ।ମେଡିକାଲ ସୁପରଟେଣ୍ଡିଙ୍ଗଙ୍କ ନିକଟରେ ଅଭିଯୋଗ କଲେ କର୍ଣ୍ଣପାତ କରୁନାହାନ୍ତି । କେହି କେହି କୁହନ୍ତି ରନ୍ଧନ ଗ୍ୟାସ ନଥିବାରୁ ଆଜି ରୋଷେଇ ହୋଇ ନାହିଁ । ମେଡିକାଲ କର୍ମଚାରୀଙ୍କ ଭିତରେ ତାଳମେଳ ରହୁ ନଥିବାରୁ ରୋଗୀ ମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି। ଏଠି ସାଧାରଣ ଲୋକଙ୍କ ପ୍ରଶ୍ନ ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ । ଆଜି ଦିନସାରା ଖାଇ ନାହାନ୍ତି । ଆଜି ତାଙ୍କ ପାଟିରୁ ଯେଉଁ ଅଭିଶାପ ବାହାରି ଥିବ ତାକୁ ସମ୍ବାଳି ପାଇଲେ ହେଲା ।ଭୋଟ ବେଳେ ମାଳ ମାଳ ନେତା ।


error: Content is protected !!