ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ


୩୧ ଜାନୁଆରୀରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଆରବିଆଇ । ମାର୍ଚ୍ଚରୁ ଏହାର ଆକାଉଣ୍ଟରେ ନୂଆ ଜମା ଗ୍ରହଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ବ୍ୟାଙ୍କର କାର୍ଯ୍ୟକୁ ବନ୍ଦ କରିଦେଇଛି ଆରବିଆଇ । ୨୦୧୭ ମେରେ ଆରମ୍ଭ ହୋଇଥିବା ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ ବିବାଦ ପାଇଁ ଅପରିଚିତ ନୁହେଁ ଓ ଆରବିଆଇ ସହିତ ଅନେକ ଥର ସମସ୍ୟା ହୋଇଛି । ଏହାର ୭ ବର୍ଷର କାର୍ଯ୍ୟକାଳ ଭିତରେ ଅତି କମ୍‌ରେ ୫ଥର ଦଣ୍ତିତ ହୋଇଛି ପେଟିଏମ୍ ପେମେଣ୍ଟ ବ୍ୟାଙ୍କ୍‌।


error: Content is protected !!