May 10, 2026

Now Odisha

Now Odisha

ତାମିଲନାଡୁରେ ବିଜୟ ସରକାର |

Spread the love

 ବିଜୟ ତାମିଲନାଡୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ। ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟପାଳ। କାଲି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ।ଚେନ୍ନାଇର ନେହରୁ ଷ୍ଟାଡିୟମରେ ହେବ ଶପଥ ଉତ୍ସବ। ଆସନ୍ତା ୧୩ ଭିତରେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ନିର୍ଦ୍ଦେଶ।

ନୂଆ ସରକାର ଗଠନ ପାଇଁ ବିଜୟଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କ ସବୁଜ ସଙ୍କେତ ।

୧୨୧ ବିଧାୟକଙ୍କ ସମର୍ଥନ ସହ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ବିଜୟ । ମ୍ୟାଜିକ ନମ୍ବର ପାର କରିବା ପରେ ସରକାର ଗଠନ ପାଇଁ ସହମତି ଜଣାଇଛନ୍ତି ରାଜ୍ୟପାଳ ଆର୍ଲେକର । ଭିସିକେ ଓ ଆଇୟୁଏମଏଲ ଟିଭିକେକୁ ନିସର୍ତ୍ତ ସମର୍ଥନ ଦେବା ପରେ ବିଜୟଙ୍କ ପାଖରେ ୧୨୧ ବିଧାୟକଙ୍କ ସମର୍ଥନ ରହିଛି । ଟିଭିକେର ୧୦୮ ଜଣ ବିଧାୟକ ଥିବା ବେଳେ କଂଗ୍ରେସର ୫, ବାମଦଳର ୪ ଓ ଭିସିକେ- ଆଇୟୁସିଏଲର ୨ଜଣ ଲେଖାଏଁ ବିଧାୟକ ରହିଛନ୍ତି। ଏହା ସହ ତାମିଲନାଡୁରେ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁକୁ ଏଡ଼ାଇବାକୁ ନିଃସର୍ତ୍ତ ସମର୍ଥନ ଦେଇଥିବା କହିଛନ୍ତି ଭିସିକେ ସଭାପତି ଥୋଲ ଥିରୁମଭାଲାଭନ । ଏହା ସହ ବିଜୟଙ୍କୁ ସରକାର ଗଠନରୁ ବଞ୍ଚିତ କରାଯିବା ଅନୁଚିତ ବୋଲି ସେ କହିଛନ୍ତି ।

error: Content is protected !!