ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ବେଆଇନ ଚିମିନି ଇଟା ଭାଟି ଉପରେ ଦୃଢ ପଦକ୍ଷେପ ସଦୃଶ ବୁଲଡୋଜର ଚଢେଇ ମାଟିରେ ମିଶେଇ ଦିଆଗଲା | ଘଟଣା କୁ ସାଧାରଣରେ ପ୍ରଶଂସା ମିଳୁଥିବା ବେଳେ ନିରୀହ ଶ୍ରମିକ ମାନଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ପ୍ରକଟ କରାଯାଇଛି | ଗତକାଲି ଜଗତସିଂହପୁର ଜିଲ୍ଲାପାଳ ଉପସ୍ଥିତ ରହି ଇଟା ଭାଟି କୁ ଭାଙ୍ଗିବା ପରେ ସମୃକ୍ତ ମାଲିକ ମାନେ ଫେରାର ହୋଇଯାଇଛନ୍ତି | ଅନ୍ୟପକ୍ଷରେ ତିର୍ତ୍ତୋଲ ତହସିଲ ପକ୍ଷରୁ ଭଙ୍ଗା ଯାଇଥିବା ଦୁଇ ଇଟା ଭାଟିକୁ ଜବତ କରି ସମୃକ୍ତ ଜାଗାରେ ନାଲି ପତାକା ମରାଯାଇଥିବା ବେଳେ ଭଙ୍ଗା ଯାଇଥିବା ଦୁଇ ଇଟାଭାଟି ରେ କାମ କରୁଥିବା ଦୁଇ ଶହ ରୁ ଉର୍ଧ୍ଵ ଶ୍ରମିକ ଭୋକ ଉପାସରେ ପଡି ରହିଛନ୍ତି ଭାଟିରେ ଥିବା ଝୁମ୍ପୁଡ଼ି ଘରେ | ନା ଖାଇବାକୁ ରାସନ ଅଛି ନା ପାଖରେ ଟଙ୍କା, ଗୋଟେ ପଟେ ଜୀବିକା ହରେଇବା ଏବଂ ନିଜ ପରିବାର କୁ ଦାନା ଗଣ୍ଡେ ଦେବାକୁ ଅସମର୍ଥ ଶ୍ରମିକ ମାନେ, ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟରୁ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କ ପରିଚୟ ଏବଂ ମାଲିକ ଠାରୁ ମଜୁରୀ ବାବଦ କେତେ ଟଙ୍କା ବକେୟା ଅଛି ତାର ହିସାବ କରୁଛନ୍ତି | ଏଠି ପ୍ରଶ୍ନ ଉଠୁଛି ପ୍ରତି ଭାଟିରେ ଶହେ ରୁ ଉର୍ଧ୍ଵ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରିଙ୍କ ନିକଟରେ ତାର ହିସାବ କେମିତି ରହିଲା ନାହିଁ | ଜିଲ୍ଲା ପ୍ରଶାସନ ନିରୀହ ଶ୍ରମିକ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସାଧାରଣରେ ଦାବୀ ହେଉଛି | ଅନ୍ୟ ପକ୍ଷରେ ତଦନ୍ତକାରୀ ସହକାରୀ ଶ୍ରମ ଅଧିକାରୀ ଙ୍କ କହିବା ଅନୁସାରେ ଆମେ କେବଳ ସେମାନେ ଶ୍ରମ ଆଇନ ଅନୁଯାଇ କେତେ ଟଙ୍କା ପାଇବେ ସେ ବିଷୟରେ ଅଫିସ ଗଲେ କହିପାରିବୁ |

More Stories
ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….
ବାଘଛାଲ କାରବାର ବେଳେ ମାଡିବସିଲା ବନବିଭାଗ |
ଜୟଦେବ ଜେନାଙ୍କୁ ହତ୍ୟା ଧମକ: ୨ ଗିରଫ