ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ


ଭାରତର ଯଶଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଅସହାୟ ପୀଡିତ ପରିବାର ମାନେ ସମ୍ବଲପୁର ଗସ୍ତ କରୁଥିବା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଧୀନ ଭାପୁର ନିକଟରୁ ଢେଙ୍କାନାଳ ସଦର ଥାନାର ଆଇଆଇସି ଦୀପକ କୁମାର ଲେଙ୍କା ଏବଂ ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ବିନ୍ଦୁଲତା ନାୟକଙ୍କ ସହିତ ୨୦ ପୋଲିସ ଅଧିକାରୀ ଅସହାୟ ପୀଡିତ ପରିବାରର ସଦସ୍ୟ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଅପହରଣ କରି ଗୋବିନ୍ଦପୁର ଫାଣ୍ଡିକୁ ଆଣି ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଘଟଣାରେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ ଦାଶଙ୍କ ତରଫରୁ NHRC ରେ ଦିଆ ଯାଇଥିବା ମାମଲାର ବିଚାର କରି ମାନ୍ୟବର କମିଶନ ଏସପି ଢେଙ୍କାନାଳଙ୍କୁ ଟୋଟାଲ ଘଟଣାର ତଦନ୍ତ କରି ତଦନ୍ତ ରିପୋର୍ଟ ଦେବାପାଇଁ ନିର୍ଦେଶ ଦେଇଛନ୍ତି |


error: Content is protected !!